ଚାଇନାରେ କମାଲ୍ କରିବ ଗୋଲ୍ଡ
ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ “ଗୋଲ୍ଡ’ ରିଲିଜ୍ ହେବା ପ୍ରାୟ ବର୍ଷେ ହେଲାଣି । ଏବେ ଏହା ଚାଇନାରେ ରିଲିଜ୍ ହେବ ବୋଲି ଅକ୍ଷୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି । ଏଥିରେ ସେ ଚାଇନାରେ ରିଲିଜ୍ ହେବାକୁ ଥିବା ଫିଲ୍ମର ଏକ ପୋଷ୍ଟର ଶେୟାର କରିଛନ୍ତି । ଏହା ଡିସେମ୍ବର ୧୩ରେ ଚାଇନାରେ ରିଲିଜ୍ ହେବ । ଅଲିମ୍ପିକରେ ଭାରତ ଜିତିଥିବା ପ୍ରଥମ ଗୋଲ୍ଡ ମେଡାଲକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି । ଏହି ସ୍ପୋର୍ଟସ ଡ୍ରାମା ଫିଲ୍ମରେ ଅକ୍ଷୟ ହକି ଟିମର ମ୍ୟାନଜର ଭୂମିକାରେ ନଜର ଆସିଛନ୍ତି । ଏହାସହ ଟେଲିଭିଜନର ନାଗିନ ଭାବେ ପରିଚିତ ମୌନି ରାୟ “ଗୋଲ୍ଡ’ ମାଧ୍ୟମରେ ତାଙ୍କର ବଲିଉଡ୍ କ୍ୟାରିୟର ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ଭିକ୍କି କୌଶଲଙ୍କ ଭାଇ ସନ୍ନି କୌଶଲ ମଧ୍ୟ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଛନ୍ତି । “ଗୋଲ୍ଡ’ ଗତ ଅଗଷ୍ଟରେ ଭାରତରେ ରିଲିଜ୍ ହୋଇଥିବା ବେଳେ ପାଖାପାଖି ୧୦୮ କୋଟି ଟଙ୍କା ବ୍ୟବସାୟ କରିଥିଲା ।


