ଚାଇନାର ଦୁଃଶାହସିକତାର ଜବାବ ଭାରତୀୟ ସେନା ଦେବ
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍):ଚାଇନାର ଦୁଃଶାହସି କତାର ଜବାବ ଭାରତୀୟ ସେନା ଦେବା ସହିତ ଚାଇନା ସୈନ୍ୟକୁ ଗଲୱାନ ଘାଟି (ଏଲ୍.ଏ.ସି.) ରୁ ହଟାଇ ଭାରତ ସେନା ଶକ୍ତି ଓ ସାମର୍ଥ୍ୟର ପ୍ରମାଣ ଦେଇସାରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ନୂତନ ଭାରତରେ ଭାରତୀୟ ସେନା ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଓ ସାମର୍ଥ୍ୟ ଅଛି ଏବଂ ସେନାକୁ ମଧ୍ୟ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାର ସ୍ୱାତନ୍ତ୍ର୍ୟତା ପ୍ରଦାନ କରାଯାଇଛି । ଆଜି ଚାଇନାକୁ ଉଚିତ ଯବାବ ଦେବା ନିମନ୍ତେ ଭାରତୀୟ ସେନା ସଜାଗ ରିହିଥିବା ବେଳେ ଦେଶ ବାସୀ ଚାଇନା ସାମଗ୍ରୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏହି ପରିପ୍ରେକ୍ଷିରେ ଆଜି ଭାରତୀୟ ଜନତା ପାର୍ଟି ଗଂଜାମ ଜିଲ୍ଲା ତରଫରୁ ଆଜି ଗାନ୍ଧୀ ନଗର ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତି ରେ ପୁଷ୍ପମାଲ୍ୟ ଦେବାସହ ସହିଦ ବୀର ଜବାନ ମାନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରାଯାଇ ଶ୍ରଦ୍ଧାଜଂଳୀ ଅର୍ପଣ କରିବା ସହ ବୀର ଜବାନ ମାନଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ କାର୍ଯ୍ୟକର୍ତା ମାନେ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ନେତୃତ୍ୱରେ ଗାନ୍ଧୀ ନଗର ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୁରୁଣା ବସ୍ଷ୍ଟାଣ୍ଡ ଠାରେ ଚାଇନାର ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଚାଇନା ସାମଗ୍ରୀ ବର୍ଜନ କରିବା ପାଇଁ ସଂକଳ୍ପ ନେଇିଥିଲେ ଏହାସହ ବିଭିନ୍ନ ଚାଇନା ସାମଗ୍ରୀକୁ ଅଗ୍ନି ସଂଯୋଗ କରିଥିଲେ । । ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଆଜି ଆତ୍ମନିର୍ଭର ଭାରତ ହେବା ଦିଗରେ ଅଗ୍ରସର ହେଉଥିବା ବେଳେ ଚାଇନା ସାମଗ୍ରୀକୁ ବର୍ଜନ କରିବା ପାଇଁ ଜିଲ୍ଲା ସଭାପତି ବିଭୁତି ଜେନା ଅହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷିରେ ବୀର ସହିଦଙ୍କ ବଳିଦାନ ବ୍ୟର୍ଥ ଦିଆଯିବ ନାହିଁ ଓ ଭାରତର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଦେଶବାସୀ ସଦାସର୍ବଦା ଭାରତୀୟ ସେନାଙ୍କ ସହିତ ରହିଛନ୍ତି ବୋଲି ବରିଷ୍ଠ ନେତା କାହ୍ନୁ ଚରଣ ପତି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର, ମହନ୍ତ ଚିନ୍ମୟାନନ୍ଦ,ଶିବ ପାତ୍ର, ସନତ ନାୟକ,ଗଙ୍ଗାଧର ଶତପଥୀ, ସତ୍ୟନାରାୟଣ ବସନ୍ତିଆ,ବିନାୟକ ରଥ,ଭାବଗ୍ରାହୀ ପାଳ,ନମିତାରାଣୀ ପଣ୍ଡା, ସନ୍ତୋଷ ପାଣିଗ୍ରାହୀ,ଏସ୍.ଶ୍ରୀନିବାଶ ରାଓ, ଶିବ ଅଧିକାରୀ, ଶୁଭାଷିସ ସାହୁ, କାମନା ପାଢ଼ୀ, ନିରଂଜନ ପାଣିଗ୍ରାହୀ, ସୁନିଲ କୁମାର ସାହୁ, ପ୍ରଭାତ କୀରଣ ଷଡଙ୍ଗୀ, ଏନ୍.ରାଜେନ୍ଦ୍ର କୁମାର, ସିଦ୍ଧାନ୍ତ ଗଙ୍ଗଦେବ, ମଦନ ମୋହନ ପାତ୍ର, କିିରଣ କୁମାର ସାହୁ, ପ୍ରଦୀପ ଶତପଥୀ, ପ୍ରବୀର ପାତ୍ର, ଡି. କରୁଣାକର, ସୁବାସିନୀ ପଟ୍ଟନାୟକ, ଜି.ରାଜେନ୍ଦ୍ର ପ୍ରସାଦ, ଚନ୍ଦ୍ର ଶେଖର ସାମନ୍ତ, ଟିପକ କୁମାର ପୁଜାରୀ, କମଲ ପାତ୍ର, ସମୀର ନାୟକ, ଚନ୍ଦନ ସାହୁ, ବିଜୟ ଗୋପାଳ, ଜଗଦୀଶ ପ୍ରଧାନ, ଏସ୍.ରାଣୀ, ମନୋଜ ପଟନାୟକ,ବିକାଶ ପାଣିଗ୍ରାହୀ, ଶିବ ପ୍ରସାଦ ପାତ୍ର, ସାଗର ମୁଖୀ, ପ୍ରବୀଣ ସେଠୀ,ଆଲୋକ ଶତପଥୀ, ପ୍ରଦୀପ ମିଶ୍ର, ନିଳାଂଚଳ ପଣ୍ଡା, ପି. ରାଜେନ୍ଦ୍ର କୁମାର, ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।