ଚାଇନାର ସ୍ମାର୍ଟ ପାଇଖାନା

ସମ୍ପ୍ରତି ଭାରତରେ ପାଇଖାନା ବିପ୍ଲବ ଚାଲିଥିବାବେଳେ ଏହାଠାରୁ ଦୁଇପାଦ ଆଗକୁ ଯାଇ ଚାଇନା ଦେଶର ବିଭିନ୍ନ ସହରରେ ସ୍ମାର୍ଟ ଟଏଲଟ ନିର୍ମାଣ କରିଛି । ସ୍ୱଚ୍ଛତା ଦିଗରେ ଟେକ୍ନୋଲୋଜିର ବ୍ୟବହାର କରିଛି ବେଜିଂ । ନିଜର ଏହି ହାଇଟେକ ଗୋଷ୍ଠୀ ପାଇଖାନାରେ ଚାଇନା ସରକାର ୱାଇ-ଫାଇ ସେବା ସାଙ୍ଗକୁ ମୁହଁ ଚିହ୍ନଟ ଉପକରଣ ମଧ୍ୟ ବ୍ୟବସ୍ଥା କରିଛନ୍ତି । ତେବେ ଏହି ହାଇ-ଟେକ ପାଇଖାନାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିବା ଦେଖିବାକୁ ମିଳିଛି । ମୋବାଇଲ ଏଡିକଟେଡ ଲୋକେ ପାଇଖାନା ଭିତରେ ଥିବା ବେଳେ ମଧ୍ୟ ଫୋନର ବ୍ୟବହାର କରିଥାନ୍ତି । ଏଥିଲାଗି ସେମାନଙ୍କୁ ୱାଇ-ଫାଇ ଇଣ୍ଟରନେଟ୍ ସେବାର ଆବଶ୍ୟକତା ପଡିପାରେ । କିନ୍ତୁ ମୁହଁ ଚିହ୍ନଟକାରୀ ଡିଭାଇସ ବ୍ୟବସ୍ଥାକୁ ନେଇ ଚାଇନିଜ ନାଗରିକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ତେବେ ପାଇଖାନାରେ ଫେସିଆଲ ରିକଗନିଶନ ଡିଭାଇସ ବ୍ୟବସ୍ଥା କରିବାରେ ଚାଇନିଜ୍ ପ୍ରଶାସନର ଯଥାର୍ଥ କାରଣ ମଧ୍ୟ ରହିଛି । ଦେଶର ନ୍ୟୁଜ ୱେବ୍ସାଇଟ ‘ରେଡନେଟ ସିଏନ’ ରିପୋର୍ଟ ମୁତାବକ ଗୋଷ୍ଠୀ ପାଇଖାନାରେ ହେଉଥିବା ଟଏଲେଟ ପେପର ଚୋରି ଉପରେ ନିୟନ୍ତ୍ରଣ ଲଗାଇବା ଲାଗି ପ୍ରଶାସନ ଏଭଳି ବ୍ୟବସ୍ଥା କରିଛି । ପାଇଖାନାରେ ଉକ୍ତ ଡିଭାଇସ ନିକଟରେ ମୁହଁ ଦେଖାଇବା ପରେ ପ୍ରତିଟି ବ୍ୟକ୍ତିଙ୍କୁ ୪୦ ସେଣ୍ଟିମିଟର ଟଏଲେଟ ପେପର ମିଳିବ । ଏଣୁ ଲୋକେ ଚାହିଁଲେ ବି ଅଧିକ ଟଏଲେଟ ପେପର ବ୍ୟବସ୍ଥାକୁ ନେଇ ଚାଇନିଜ ନାଗରିକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ତେବେ ପାଇଖାନାରେ ଫେସିଆଲ ରିକଗନିଶନ ଡିଭାଇସ ବ୍ୟବସ୍ଥା କରିବାରେ ଚାଇନିଜ୍ ପ୍ରଶାସନର ଯଥାର୍ଥ କାରଣ ମଧ୍ୟ ରହିଛି । ଦେଶର ନ୍ୟୁଜ ୱେବ୍ସାଇଟ ‘ରେଡନେଟ ସିଏନ’ ରିପୋର୍ଟ ମୁତାବକ ଗୋଷ୍ଠୀ ପାଇଖାନାରେ ହେଉଥିବା ଟଏଲେଟ ପେପର ଚୋରି ଉପରେ ନିୟନ୍ତ୍ରଣ ଲଗାଇବା ଲାଗି ପ୍ରଶାସନ ଏଭଳି ବ୍ୟବସ୍ଥା କରିଛି । ପାଇଖାନାରେ ଉକ୍ତ ଡିଭାଇସ ନିକଟରେ ମୁହଁ ଦେଖାଇବା ପରେ ପ୍ରତିଟି ବ୍ୟକ୍ତିଙ୍କୁ ୪୦ ସେଣ୍ଟିମିଟର ଟଏଲେଟ ପେପର ମିଳିବ । ଏଣୁ ଲୋକେ ଚାହିଁଲେ ବି ଅଧିକ ଟଏଲେଟ ପେପର ନେଇପାରିବେ ନାହିଁ ।କେବଳ ସେତିକି ନୁହେଁ, ପାଇଖାନାରେ ପାଣିର ଅପଚୟ ରୋକିବା ଦିଗରେ ମଧ୍ୟ ବ୍ୟବସ୍ଥା ରହିଛି । ଜଣେ ବ୍ୟବହାର ଏକ ନିର୍ଦ୍ଧାରିତ ମାତ୍ରାର ଜଳ ବ୍ୟବହାର କରିପାରିବେ । ଏଥିପାଇଁ ପାଇଖାନା କ୍ୟୁବିକଲସ୍ ଭିତରେ ଏକ ସେନ୍ସର୍ ରହିଛି । ଜଣେ ବ୍ୟବହାରକାରୀ ଯଦି ୧୦ ମିନିଟ୍ରୁ ଅଧିକ ସମୟ ପାଇଖାନା ଭିତରେ ରୁହନ୍ତି, ଉକ୍ତ ସେନ୍ସର୍ ତାହା ସୂଚାଇଦେବ । ସେହିପରି ପାଇଖାନାରେ ତାପମାତ୍ରା, ଆର୍ଦ୍ରତା ମାପିବା ଲାଗି ଉପକରଣ ରହିଛି । ଲୋକେ ନିଜର ଫୋନ୍ ଚାର୍ଜ କରିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ