ଚାଉଳ ଓ କିରୋସିନି କଳାବଜାର ବେଳେ ଗ୍ରାମବାସୀଙ୍କ ଦ୍ୱାରା ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତରେ ଲୋକଙ୍କୁ ପଡିକାର୍ଡ ସାମଗ୍ରୀ ବଣ୍ଟନରେ ଅନିୟମିତତାର ବହୁ ଅଭିଯୋଗ ରହିଆସିଛି । ସାଧାରଣ ଲୋକଙ୍କ ପାଇଁ ଆସୁଥିବା ବିଭିନ୍ନ ରାସନ ସାମଗ୍ରୀ ଗୁଡିକୁ ଡିଲରମାନେ କଳାବଜାର କରି ବିଶେଷ ଲାଭକୃତ ହେଉଛନ୍ତି । ଏତିକି ବେଳେ ସାଧାରଣ ଲୋକେ ସଚେତନତା ହୋଇ କିରୋସିନି, ଚାଉଳ ଆଦି ସାମଗ୍ରୀ ଚୋରା ଚାଲାଣ ହେଉଥବା ବେଳେ ଚାଉଳ ଓ କିରୋସିନି ଧରିବାରେ ସକ୍ଷମ ହେଉଛନ୍ତି । ମାଣିକପୁର ଗ୍ରାମ ପଞ୍ଚାୟ ପିଅନ ବିଜୟ ରାଉତ ୩୫ ଲିଟର କିରସିନି ଓ ଚାଳନ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରୁଥଲେ । ପୂର୍ବରୁ ଆଭାସ ପାଇଥିବା ଗ୍ରାମବାସୀ ପଡିକାର୍ଡ ସାମଗ୍ରୀ ଚୋରାଚାଲାଣ ବେଳେ ଏକତ୍ରିତ ହୋଇ ଧରିଥିଲେ । ମାଣିକପୁର ପଞ୍ଚାୟତର ୧ ନମ୍ବର ଓା୍ୱର୍ଡ ମେମ୍ବର କିଶୋର ଚନ୍ଦ୍ର ନାୟକଙ୍କ ସମେତ ଶତାଧି ଲୋକେ ପଞ୍ଚାୟତରେ ଜମା ହୋଇଥିଲେ । ଲୋକନାଥ ପାଇକଙ୍କ ଘରେ କିରୋସିନି ରଖାଯାଇଥିବା ବେଳେ ଚାଉଳ ମଳିକସାହିର ଜଣେ ବ୍ୟକ୍ତିଙ୍କୁ ବିକ୍ରି ହୋଇଥିବା ଜାଣି ଉକ୍ତ ସାମଗ୍ରୀକୁ ପଞ୍ଚାୟତକୁ ଆଣି ଜବତ କରିଥିଲେ । ଘଟଣା ସ୍ଥଳରେ ମୋହନା ଯୋଗାଣ ଅଧିକାରୀ ଶୁଭେନ୍ଦୁ ପାଣିଗ୍ରାହୀ ଓ ଉପ ଜିଲ୍ଲାପାଳ ଦିଲୀପ କୁମାର ମହାରାଣାହ୍‌କୁ ଫୋନଯୋଗେ ଜଣାଇଥିଲେ । ଖବର ପାଇ ତଦନ୍ତ ଆରମ୍ଭ କରିଛନ୍ତି ମୋହନା ଯୋଗାଣ ଅଧିକାରୀ । ଜବତ କିରୋସିନି ଓ ଚାଉଳ ଅନୁଧ୍ୟାନ କରିବା ସହ ସମ୍ପୃକ୍ତ ପିଅନଙ୍କ ବିରୋଧରେ ଏତଲା ଦିଆଯିବ । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ଯୋଗାଣ ଅଧିକାରୀ କହିଛନ୍ତି । ଏହାର ଉଚିତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ଚଳିତ ମାସରେ କିରୋସିନି ଆସିଲେ ରଖାଯିବ । ବଣ୍ଟନ ନ ହୋଇ ରହିଥିବା କିରୋସିନି ସରପଞ୍ଚଙ୍କ ସ୍ୱାମୀ ଓ ପଞ୍ଚାୟ ଅଧିକାରୀ ରାଜଲକ୍ଷ୍ମୀ ସାହୁଙ୍କ ନିର୍ଦ୍ଦେଶରେ କିରୋସିନି ପଞ୍ଚାୟତରୁ କାଡି ବାହାର ରଖିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜୟ ରାଉତ । ଏଭଳି ପ୍ରତିମାସରେ ପଞ୍ଚାୟତ ଯେ।।ଗାଣ ସହାୟକ ପଞ୍ଚାୟତ ଅଧିକାରିଣୀଙ୍କ ନିର୍ଦ୍ଦେଶରେ ଏଭଳି ସେ ଏହାକୁ ବିକ୍ରି କରିଥିବା କହିଛନ୍ତି ପିଅନ । ପଢି ସାମଗ୍ରୀ କଳାବଜାରୀ ମୋହନା ବ୍ଲକରେ ବୃଦ୍ଧି ପାଉଛି । ସଠିକ୍ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ