ଚାଉଳ ଓ ଚଣା ନପାଇବା ପ୍ରତିବାଦରେ ଧନୁର୍ଜୟପୁର ପଞ୍ଚାୟତ ଘେରାଉ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଧନୁର୍ଜୟପୁର ପଞ୍ଚାୟତ ନୁଟିଆ ସାହି ଗାଁର ଲୋକମାନେ ପିଡିଏସ ସାମଗ୍ରୀ ନପାଇବା ପ୍ରତିବାଦରେ ଆଜି ଧନୁର୍ଜୟପୁର ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ନୁଟିଆ ସାହିର ଲୋକମାନଙ୍କୁ ପଞ୍ଚାୟତ ପକ୍ଷରୁ ସବୁବେଳେ ଅବହେଳା ପ୍ରଦର୍ଶନ କରାଯାଉଛି । ପଞ୍ଚାୟତର ସମସ୍ତ ୱାର୍ଡରେ ଚାଉଳ, ଚଣା ବଣ୍ଟନ କରାଯାଉଥିବାବେଳେ ଏହି ୱାର୍ଡକୁ ଦିଆଯାଉ ନାହିଁ । ଏପରି ବାରମ୍ବାର ଘଟୁଥିବାବେଳେ ଗ୍ରାମବାସୀମାନେ ସରପଞ୍ଚଙ୍କୁ ଅଭିଯୋଗ କଲେ ସେ ତୁମେ ଭୋଟ ଦେଇନ ତୁମକୁ ରାସନ ସାମଗ୍ରୀ ଦିଆଯିବ ନାହିଁ ବୋଲି କହୁଛନ୍ତି । ଫଳରେ ହିତାଧିକାରୀଙ୍କ ଭିତରେ ତୀବ୍ର ଅସେନ୍ତୋଷ ପ୍ରକାଶ ପାଇବାସହ ଆଜି ସରସ୍ୱତୀ ସିଙ୍କୁ, ଶାନ୍ତି ସୁଣ୍ଡି, ଜେମା ହୋ, କଇରି ସିଙ୍ଗ, ବାସନ୍ତି ହୋ, ଗୁରୁବାରୀ ସିଙ୍କୁ, ଚମ୍ପା ହୋ, ବୁଦୁନି ହୋ, ସବା ହୋ, ଜୟନ୍ତୀ ହୋ, ମାଳତୀ ହେମ୍ରମ, ଲକ୍ଷ୍ମୀ ହୋ, ମାନି ହୋ, ସାଲାଙ୍ଗି ନାଗ, ଗୁରୁବାରୀ ହୋ, ତୁଳସୀ ହୋ, ଚିଲଙ୍ଗି ହୋ ଙ୍କ ସମେତ ଶତାଧିକ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ । ଖବରପାଇ ବଉଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ ଯାଇ ସେମାନେ ଆନ୍ଦୋଳନରୁ ଓହରିଥିଲେ । ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରେ ସମସ୍ତଙ୍କୁ ଚାଉଳ, ଗହମ, କିରୋସିନି ଓ ଚଣା ଠିକ ଭାବେ ଦିଆଯାଉଛି । କେବଳ ଜୁଲାଇ ଅଗଷ୍ଟ ମାସରେ ଚଣା ଆସିନଥିବା କାରଣରୁ ଏହି ଗ୍ରାମର ହିତାଧିକାରୀଙ୍କୁ ଚଣା ଦିଆଯାଇ ପାରି ନଥିଲା । ଗତକାଲି ଚଣା ଆସିଛି ଅତିଶିଘ୍ର ବଣ୍ଟନ କରିବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ