ଚାଉଳ ବୋଝେଇ ଅଟୋକୁ ଧକ୍କା ଦେଲା ସିଟି ବସ୍
ଛତ୍ରପୁର, (ଦେବଦତ୍ତ ମହାରଣା) :-ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ଠାରେ ଏକ ଚାଉଳ ବୋଝେଇ ଅଟୋକୁ ଧକ୍କା ଦେଲା ସିଟି ବସ । ଫଳରେ ଅଟୋ ଚାଳକ ଜଣକ ଆହାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଓଡି୦୭ ଡି ୮୪୧୧ ନମ୍ବର ଏକ ସିଟି ବସ୍ ବ୍ରହ୍ମପୁର ରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଓଡି୦୭ ଏବି ୯୩୩୬ ନମ୍ବର ଏକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋ ଏବଂ ସିଟି ବସ ର କାଚ ଭାଙ୍ଗି ରାସ୍ତାରେ ପଡିଥିବା ବେଳେ ଅଟୋରେ ଥିବା ପ୍ରାୟ ୪୦ ବସ୍ତା ଚାଉଳ ରାସ୍ତାରେ ପଡିଯାଇଥିଲା । ଘଟଣାର ଖବର ପାଇ ଚମାଖଣ୍ଡି ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଦୁଇ ଗାଡିକୁ ଜବତ କରିବା ସହିତ ସିଟି ବସ ରେ ବସିଥୀବା ଯାତ୍ରୀଙ୍କୁ ଅନ୍ୟ ଏକ ବସରେ ସ୍ଥାନାନ୍ତରରିତ କରିଥିଲେ । ଏନେଇ ପୋଲିସ୍ ତଦନ୍ତ ଜାରି ରଖିଛି ।


