ଚାକରୀଆଶୁଣୀ ପୀଠରେ କୁମ୍ଭମେଳା ଓ ବିଶ୍ୱଶାନ୍ତି ଯଜ୍ଞ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ବିଦ୍ୟାଧରପୁର ନିକଟସ୍ଥ ଧନୁର୍ଜୟ ନାରାୟଣପୁର ଶାସନ ଠାରେ ଥିବା ଚାକରୀଆଶୁଣୀ ପୀଠରେ ୨୩ତମ କୁମ୍ଭମେଳା ଓ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଛି । ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱଶାନ୍ତି ଯଜ୍ଞ ପାଇଁ ଆଜି ଭୋର ୪ଟାବେଳେ ଅଧିବାସ, ଅଙ୍କୁରାରୋପଣ କରାଯିବା ପରେ ଶାଳନ୍ଦୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇ ଗଣପତ୍ୟାଦି ପୂଜା, ଅଷ୍ଟାଦଶ ମାତୃଗଣ, ସୂର୍ଯ୍ୟପୂଜା, ଯଜ୍ଞଶାଲା ପୂଜା, ଗୋମାତା ପୂଜା କରାଯିବା ପରେ ହୋମଯଜ୍ଞ ଆରମ୍ଭ କରାଯାଇଥିଲା । ଆସନ୍ତା କାଲି ଶାନ୍ତିମନ୍ତ୍ରପାଠ ସହିତ ଗୀତାପାଠ, ମହାରୁଦ୍ରଯଜ୍ଞ ଆଦି କରାଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୨ତାରିଖ ଦିନ ଅପରାହ୍ନରେ ଏହି ଯଜ୍ଞର ପୁର୍ଣ୍ଣାହୁତୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଗୋପାଳକୃଷ୍ଣ ପତି, ମିଲନ ପତି କର୍ତ୍ତାଭାବେ ସଙ୍କଳ୍ପ କରିଥିବାବେଳେ ନିର୍ମଳ ମିଶ୍ର, ରୁପକ ମିଶ୍ର, ସୁବାଶିସ ରଥ, ରାଜେଶ ରଥ, ହୃଷିକେଶ ପାଣିଗ୍ରାହୀ, କିରଣବାଳା ପାଢ଼ୀ, ମଧୁସୁଦନ ସତପଥି, ଓମପ୍ରକାଶ ସତପଥି, ଜଗନ୍ନାଥ ରଥ, ଆଲୋକ ପାଢ଼ୀ, ଗୟାଧର ମିଶ୍ର, ଜୟନ୍ତୀ ମିଶ୍ର, ଅରୁପାନନ୍ଦ ପତି, ରମେଶ ଚନ୍ଦ୍ର ରଥ, ଅଭିରାମ ରଥ, ବିଭୂପ୍ରସାଦ ରଥ, ବସନ୍ତ ରଥ, ସସ୍ମିତା ରଥ, ଶମ୍ବୁନାଥ, ବସନ୍ତ ପଣ୍ଡା, ଯୋଗେଶ ରଥ, ରଞ୍ଜିତା ରଥ ପ୍ରମୁଖ ପୂଜାକାର୍ଯ୍ୟରେ ସହକର୍ତ୍ତା ଭାବେ ସାମିଲ ହୋଇଛନ୍ତି । ପଣ୍ଡିତ ଟୁକୁନୁ କର ଓ ସୁରେନ୍ଦ୍ର ଦାଶ ପ୍ରମୁଖ ବେଦମନ୍ତ୍ରରେ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଚାକରୀଆଶୁଣୀ ଟ୍ରଷ୍ଟର ସଦସ୍ୟ ରମେଶ ଚନ୍ଦ୍ର ରଥ, ରଞ୍ଜିତା ରଥ, ଗୟାଧର ମିଶ୍ର, ବସନ୍ତ ରଥ, ରତ୍ନାକର ପତି, ଅଭିରାମ ରଥ, ଓମପ୍ରକାଶ ସତପଥି, ରାଜେଶ କୁମାର ରଥ, ବସନ୍ତ ପଣ୍ଡା, ଜଗନ୍ନାଥ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ