ଚାକିରିଆ ଫେରାଉଛନ୍ତି ରାସନ୍ କାର୍ଡ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କ୍ଷୁଧା ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ଏହି ଯୋଜନାରେ ରାଇକିଆ ବ୍ଲକ୍ ରେ ଅନେକ ସରକାରୀ କର୍ମଚାରୀ ଖାଦ୍ୟ ସୁରକ୍ଷା ରେ ସାମିଲ ହେବା ସହ ସରକାର ଙ୍କ ବିଭିନ୍ନ ସୁବିଧା ନେଉଛନ୍ତି । ଏହି ବ୍ଲକ୍ ରେ ଏବେ ମଧ୍ୟ ଅନେକ ଯୋଗ୍ୟ ହିତାଧୀକାରୀ ତାଲିକା ରେ ସାମିଲ ହୋଇନପାରି ଏଥିରୁ ବଞ୍ଚିତ ହେଉଛନ୍ତି । ଅଯୋଗ୍ୟ ହିତାଧୀକାରୀ ଙ୍କ ସଂଖ୍ୟା ଜାଣିବା ଓ ଯୋଗ୍ୟ ହିତାଧୀକାରୀ ଙ୍କୁ ଏଥିରେ ସାମିଲ କରିବା ପାଇଁ ଜୁନ ମାସରୁ ରାସନ୍ କାର୍ଡ ସହିତ ଇ କେୱାଇସି ଅପଡେଟ କରାଯାଉଅଛି । ଇତି ମଧ୍ୟ ରେ କାର୍ଡ ହାତେଇଥିବା ସରକାରୀ କର୍ମଚାରୀ ମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଅନ୍ୟ ପକ୍ଷରେ କାର୍ଡ ହାତେଇଥିବା 15 ରୁ ଉର୍ଦ୍ଧ ସରକାରୀ ଚାକିରିଆ ଇତି ମଧ୍ୟରେ କାର୍ଡ ଫେରାଇଥିବା ବେଳେ ବାଦ୍ ତାଲିକା ରେ କମ୍ ଦରମା ପାଉଥିବା କିଛି ଚୁକ୍ତି ଭିତ୍ତିକ କର୍ମଚାରୀ ଙ୍କ ତାଲିକା ଭୁକ୍ତ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ଏ ନେଇ ରାଇକିଆ ଯୋଗାଣ ନିରୀକ୍ଷକ କିରନ ବେହେରା କହିଛନ୍ତି ପ୍ରଥମ ପର୍ଯ୍ୟାୟ ରେ କେବଳ ଅଧିକା ଦରମା ପାଉଥିବା ନିୟମ ଅନୁସାରେ ଅଯୋଗ୍ୟ ହିତାଧୀକାରୀ ଙ୍କ କାର୍ଡ ଫେରସ୍ତ ରଖାଯାଇଛି । ଯୋଗ୍ୟ ବ୍ୟକ୍ତି ମାନେ ପରବର୍ତ୍ତୀ ସମୟରେ ସାମିଲ ହୋଇ ପାରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ