ଚାକିରିଆ ବୋହୁ ବୁଝାମଣା ପତ୍ର ଲେଖି ଶାଶୁକୁ ଘରକୁ ନେଲେ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଶୁକ୍ରବାର ଦିନ ପୋଲିସ ପାଖରେ ଏକ ବୁଝାମଣା ପତ୍ର ଦେଇ ନିଜ ଶାଶୁକୁ ଘରକୁ ନେଇଛନ୍ତି ବୋହୁ ଶଶିରେଖା ମହାରଣା ।ପ୍ରକାଶଯେ, ଗତ ୫ ତାରିଖରେ ଡିଣ୍ଡ୍ରାଗାଁ ବାସୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ଗାଁ ପାଖରେ ଜଣେ ୯୦ ବର୍ଷର ବୃଦ୍ଧା ପ୍ରିୟବତୀ ବେହେରାଙ୍କୁ ରାଇକିଆ ବାଳିକା ଉଚ୍ଚ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷୟୀତ୍ରୀ ଭାବରେ ଚାକିରି କରୁଥିବା ଶଶିରେଖା ମହାରଣା ଜୋର ଜବରଦସ୍ତି ଏକ ଗାଡିରେ ଆଣି ଡିଣ୍ଡ୍ରାଗାଁରେ ଛାଡିଦେଇଥିବା ଅଭିଯୋଗ ପରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ଉଭୟ ଶଶିରେଖା ଏବଂ ପ୍ରିୟବ୍ରତୀଙ୍କ ସହିତ ଡିଣ୍ଡ୍ରାଗାଁର ଅଭିଯୋଗ କାରୀ ମାନଙ୍କୁ ଥାନାକୁ ଡକାଇବା ସହିତ ସମସ୍ତଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କୁ ବୁଝାଇବାପରେ ଶଶିରେଖା ତାଙ୍କ ଶାଶୁଙ୍କୁ ଘରକୁ ନେବାକୁ ରାଜୀ ହୋଇଥିଲେ ।ତାଙ୍କର ଶାଶୁ ମଧ୍ୟ ତାଙ୍କ ସହିତ ଯିବାପାଇଁ ପ୍ରସ୍ତୁତ ହୋଇଥିଲେ । ସେଥିପାଇଁ ତାଙ୍କୁ ସେଠାରୁ ନେଇ ଘରେ ରଖିବା ସହିତ ତାଙ୍କୁ ସଠିକ୍ ଭାବରେ ରଖିବାକୁ ଏକ ରାଜିନାମା ଲିଖିତ ଭାବରେ ପୋଲିସ ଆଗରେ ଦେଇଥିଲେ ଅନୁରୁପ ଡିଣ୍ଡ୍ରାଗାଁ ର ଅଭିଯୋଗକାରୀ ମାନେ ମଧ୍ୟ ଏକ ଲିଖିତ ରାଜିନାମା ଦେଇଥିଲେ । ଥାନାରୁ ଶଶିରେଖା ତାଙ୍କ ଶାଶୁ ପ୍ରିୟାବତୀ ସେଠାରୁ ଘରକୁ ନେଇଥିବା ବିଷୟ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ପ୍ରଦାନ କରିଛନ୍ତି ।


