ଚାକିରି କରିଦେବା ନାଁ ରେ ୬,୫୦ ଲକ୍ଷ ହଡ଼ପ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସରକାରୀ ଚାକିରି କାରେଇଦେବା ପାଇଁ ୬,୫୦ ଲକ୍ଷ୍ୟ ଠକି ନେଇଥିବା ଅଭିଯୁକ୍ତ କୁ ପାଟପୁର ପୋଲିସ ପୁରୀ ଜିଲ୍ଲା ଅସ୍ତରଙ୍ଗ ରୁ ପ୍ରକାଶ ଚନ୍ଦ୍ର ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ଏ ନେଇ ପାଟପୁର ଥାନା କେସ ନମ୍ୱର୍ ୧୬/୨୪ ୟୁ/ଏସ ୪୨୦ ଆପିସି ମାମଲା ରୁଜୁ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ପାଟପୁର ଥାନା ଅର୍ନ୍ତଗତ ରାଧାଦେଇପୁର ପଞ୍ଚାୟତ , ଗ୍ରାମ-ଓସ୍ତା ଜଗନ୍ନାଥପୁର,ଗ୍ରାମର ଶ୍ରୀକାନ୍ତ ରାଉତ,ପିତା ସ୍ବର୍ଗତ ମାଣିକ ରାଉତ ଥାନା-ପାଟପୁର, ଜିଲ୍ଲା-ଗଞ୍ଜାମ ପାଟପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ଗତ ଅକ୍ଟୋବର ୨୦୨୨ ମସିହାରେ ସେ ତାଙ୍କ ପୁଅକୁ ପାଠ ପଢାଇବା ପାଇଁ ନିଜ ପରିବାର ସହିତ ଭୁବନେଶ୍ବର ରେ ରହୁଥିଲେ । ସେଠାରେ ସେ ପୁରୀ ଜିଲା ଅସ୍ତରଙ୍ଗ ଗ୍ରାମର ପ୍ରକାଶ ଚନ୍ଦ୍ର ବେହେରା ଙ୍କ ସଂସ୍ପର୍ଶ ରେ ଆସିଲେ, ଯିଏକି ପ୍ରଥମେ ନିଜକୁ ଏକ ସରକାରୀ ଶିକ୍ଷକ ଭାବେ ପରିଚୟ ଦେଇଥିଲେ । ତାପରେ ସୁକାନ୍ତ ରାଉତ ଙ୍କୁ ତାଙ୍କ ପରିବାରର ଶିକ୍ଷିତ ବ୍ୟକ୍ତିମାନଙ୍କ ବିଷୟରେ ପଚାରି ତାଙ୍କୁ ସରକାରୀ ଚାକିରି ଦେବାର ପ୍ରଲୋଭନ ଦେଖାଇଥିଲେ । ତାପରେ ସୁକାନ୍ତ ରାଉତ ଙ୍କ ଠାରୁ ତାଙ୍କ ସ୍ତ୍ରୀ ପ୍ରତିମା କୁମାରୀ ରାଉତ ଓ ଶାଳି ପ୍ରିୟଙ୍କା ପ୍ରଧାନ ଙ୍କୁ ଓଡିଶା ସରକାର ଙ୍କ ବିଏସଏସଓ ୨୦୨୨ ପଦବୀରେ ଚାକିରି ଦେବା ପାଇଁ କହି ଚଞ୍ଚକତାର ସହିତ ଅଗ୍ରୀମ ଟ ୬,୫୦,୦୦୦/- ଙ୍କା (ଛଅ ଲକ୍ଷ ପଚାଶ ହଜାର) ବ୍ଯାଙ୍କ ଟ୍ରାଞ୍ଜେକ୍ସନ (ନିଏଫଟି) ଜରିଆରେ ଟଙ୍କା ନେଇଯାଇଥିଲେ । ପରବର୍ତ୍ତୀ ସମୟରେ ସୁକାନ୍ତ ରାଉତ ନିଜ ଟଙ୍କା ଫେରସ୍ତ କରିବା ପାଇଁ ବାରମ୍ବାର ପ୍ରକାଶ ଚନ୍ଦ୍ର ବେହେରା ଙ୍କୁ ନିବେଦନ କରିଥିଲେ ମଧ୍ୟ ସେ ଆଉ ଟଙ୍କା ଫେରାଇ ନଥିଲେ । ଏ ନେଇ ଉକ୍ତ ମାମଲାରେ ତଦନ୍ତ ଚଳାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ ଗଠନ କରି ଏସ ଆଇ ହିମାଂଶୁ ଶେଖର ପାତ୍ର ଙ୍କ ନେତୃତ ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପୋଲିସ ସହାୟତାରେ ଅଭିଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଙ୍କୁ ଗିରଫ କରି ପାଟପୁର ଆଣିଥିଲେ । ଉକ୍ତ ବ୍ୟକ୍ତି ନାଁରେ ଅସ୍ତରଙ୍ଗ ଥାନାରେ ୪ ଟି ମାମଲା ରହିଥିବା ବେଳେ ଉକ୍ତ ବ୍ୟକ୍ତି ଙ୍କ ଠାରୁ ଏକ ବ୍ୟାଙ୍କ ପାସ ବହି,ଏଗ୍ରିମେଣ୍ଟ ପେପର, ଫୋନ ପେ ସ୍କ୍ରିନ ସଟ,ଜବତ କରାଯାଇଛି। ଏନେଇ ସଂପୃକ୍ତି ପ୍ରମାଣିତ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।