ଚାକିରି କରେଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ: ୨ ଗିରଫ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଚାକିରି ପ୍ରଲୋଭନ ଦେଖାଇ ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ପରିଚୟ ଯାଜପୁର ଜିଲ୍ଳା ମଙ୍ଗଳପୁର ଥାନା ଅନ୍ତର୍ଗତ କଟିକଟା ଗ୍ରାମର ରବିନ୍ଦ୍ର କୁମାର ବେହେରା (୩୯) ଓ ଦିଗପହଣ୍ଡି ଅରୁଣ କୁମାର ବେହେରା (୪୦) ବୋଲି ଜଣାପଡିଛି । ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା ସମେତ ବହୁ ବ୍ୟାଙ୍କ ପାଶ୍ ବୁକ୍‌,ବିଭିନ୍ନ ବ୍ୟାଙ୍କର ବହୁ ଏଟିଏମ୍ କାର୍ଡ ,ମୋବାଇଲ ଫୋନ ପୋଲିସ ଜବତ କରିଛି । ଓଡିଶାର ଅନୁଗୁଳ,ଯାଜପୁର,ପୁରୀ ସମେତ ଗଂଜାମ ଜିଲ୍ଲାରେ ଚାକିରି ପ୍ରଲୋଭନ ଦେଖାଇ ଲୁଟ୍ କରୁଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଏଥିସହ ଅଧିକ ତଦନ୍ତ ନିମନ୍ତେ ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ କରିଥିବା ଯୋଜନା କରୁଥିବା ଏସପି ସୂଚନା ଦେଇଛନ୍ତି । ଏଥିସମେତ ଠକେଇ ମାମଲାରେ ଦୁଇ ଜଣ ସଂପୃକ୍ତ ନା ଆହୁରୀ ଠକେଇ ର ଚେର ଲମ୍ବିଛି ତଦନ୍ତ ପରେ ତାହା ଜଣାପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ