ଚାକିରି ପରିବର୍ତ୍ତନକାରୀ ଭାରତୀୟଙ୍କୁ ୟୁଏସ୍ରେ ପ୍ରବେଶ ନିଷେଧ
ନୂଆଦିଲ୍ଲୀ, (ଏଜେନ୍ସି): ଏଚ୍-୧ବି ଭିସାଧାରୀଙ୍କୁ ଚାକିରି ବଦଳାଇବାରେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଚାକିର ପରିବର୍ତ୍ତନ କରିବା ସ୍ଥଳେ ସେମାନଙ୍କୁ ୟୁଏସ୍ରେ ପ୍ରବେଶ ନିଷେଧର ସମ୍ମୁଖିନ ହେବାକୁ ପଡ଼ୁଛି । ଯଦି ନୂଆ ଚାକିରିର ପୂର୍ବ ଚାକିରି ସହିତ ସାମଞ୍ଜସ୍ୟ ରହିଛି ଏବଂ ଏଥିରେ ପୂର୍ବ ଚାକିରି ଯୁକ୍ତ କୌଶଳର ଆବଶ୍ୟକ ତେବେ ମଧ୍ୟ ଭିନ୍ନ ଭିନ୍ନ କାରଣରୁ କିଛି ଆବେଦନ ଖାରଜ କରାଯାଉଛି । ୟୁନାଇଟେଡ଼୍ ଷ୍ଟେଟ୍ସ ସିଟିଜେନ୍ସିପ୍ ଆଣ୍ଡ ଇମିଗ୍ରେସନ୍ ସର୍ଭିସେସ୍ (ୟୁଏସ୍ସିଆଇଏସ୍) ଆବେଦନକୁ ଖାରଜ କରିବାର ଆଧାର ଅମୂମନ ‘ବିଶେଷଜ୍ଞତାର ଟଙ୍କା’ ନହେବାକୁ କରାଯାଉଛି । ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ହେଉଛି ଯେଉଁ ଲୋକଙ୍କ ଆବେଦନ ଖାରଜ କରାଯାଉଛି, ସେମାନଙ୍କୁ ‘ଆଉଟ୍ ଅଫ୍ ଷ୍ଟେଟ୍ସ’ ମଧ୍ୟ ଘୋଷଣା କରାଯାଉଛି । ଏହାର ଅର୍ଥ ଆମେରିକାରେ ସେମାନଙ୍କ ପ୍ରବେଶରେ ୩ରୁ ୧୦ ବର୍ଷର ପ୍ରତିବନ୍ଧକ ଲାଗିଛି ।


