ଚାକିରି ସ୍ଥାୟୀତ୍ବ ଓ ବକେୟା ଦରମା ଦାବି ପାଇବା ହେଲା କାଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସଡ଼କ ଦୃଘଟଣାରେ ଜଣେ ଷ୍ଟାଫନର୍ସଙ୍କ ମୃତ୍ୟୁ ଘଟିଛି. ମୃତ ମହିଳା ଜଣଙ୍କ ହେଲେ ପ୍ରେମାଦିନୀ ନାୟକ. ତାଙ୍କର ୨ ପୁଅ ଓ ୧୬ ମାସର ଶିଶୁକନ୍ୟା ମା ଛେଉଣ୍ଡ ହୋଇଯାଇଛନ୍ତି. କରୋନା ମହାମାରୀ ସମୟରେ ପ୍ରେମାଦିନୀ ନିରସ୍ୱାର୍ଥ ଭାବେ ଲୋକମାନଙ୍କ ସେବା ଯୋଗାଇ ଆସିଥିଲେ. କିନ୍ତୁ କିଏ ଜାଣିଥିଲା ଦୁଃଖର ପାହାଡ଼ ତାଙ୍କ ଉପରେ ବରଷି ଯିବ ବୋଲି.ସୂଚନାଅନୁସାରେ, କପ୍ରସ ଫଣ୍ଡ ଅଧୀନରେ ଷ୍ଟାଫନର୍ସ ଭାବେ କାର୍ଯ୍ୟରତ ଥିଲେ. ଚାକିରି ସ୍ଥାୟୀତ୍ବ ଓ ବକେୟା ଦରମା ପ୍ରଦାନ ପାଇଁ ନିଜ ବ୍ଲକର ଦୁଇ ସହକର୍ମୀ ଓ ରା. ଉଦୟଗିରି ବ୍ଲକର ଦୁଇ ସହକର୍ମୀଙ୍କ ସହ ମିଶି ସିଡ଼ିଏମଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ. ସେମାନେ ଏକତ୍ର ହୋଇ ଅଟୋ ଯୋଗେ ସନ୍ଧ୍ୟାରେ ଫେରୁଥିବାବେଳେ ଅଧା ରାସ୍ତାରେ ଦୁଇ ଷ୍ଟାପନର୍ସ ଓଲ୍ହାଇପଡ଼ିଥିଲେ. ପ୍ରେମାଦିନୀ ତାଙ୍କ ସହକର୍ମୀଙ୍କ ସହ ଫେରୁଥିବାବେଳେ ଛେଳିଗଡ଼ ନିକଟସ୍ଥ ପାଟପାଣିଠାରେ ତାଙ୍କ ଅଟୋ ସହ ଏକ ଵାଇକ ମୁହାଁମୁହିଁ ଧକ୍କା ହୋଇଥିଲା. ଗୁରୁତର ଅବସ୍ଥାରେ ପ୍ରେମାଦିନୀଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତି କରାଯାଇଥିଲା. ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ. ଘଟଣା ସ୍ଥଳରେ ଚନ୍ଦ୍ରଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି. ଆଜି ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ନର୍ସଙ୍କ ଶବ ବ୍ୟବଛେଦ ପରେ ତାଙ୍କ ପରିବାରବର୍ଗଙ୍କୁ ଆଜି ଶବସତ୍କାର ପାଇଁ ହସ୍ତାନ୍ତର କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ