ଚାକିରୀ ଦେବା ନାମରେ ଠକୁଥିଲେ, କାବୁ କଲା ପୋଲିସ
ବ୍ରହ୍ମପୁର, (ଅନିଲ କୁମାର): ବହୁ ଯୁବକ ଯୁବତୀଙ୍କୁ ବିଦେଶରେ ଚାକିରୀ କରିଦେବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ଭୁବନେଶ୍ୱର ନୟାପଲ୍ଲୀ ନିବାସୀ ସଞ୍ଜୟ କୁମାର ଜେନା । ତା’ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ସେ ବିଦେଶରେ ଚାକିରୀ କରେଇଦେବା କହି ବହୁ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ସଞ୍ଜୟ କୁମାର ଜେନା(୪୧)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତା’ଠାରୁ ଗୋଟିଏ ଲାପ୍ଟାପ୍, ଗୋଟିଏ ମୋବାଇଲ୍ ଫୋନ୍ ସହ ସିମ୍ କାର୍ଡ଼, ପାଞ୍ଚ ଟି ପାର୍ସପୋର୍ଟ, ୧୩ ଟି ଚେକ୍ବୁକ୍, ୧୩ ବ୍ୟାଙ୍କ ପାସ୍ବୁକ୍ ଏବଂ ବିଭିନ୍ନ ମଲଟି ନ୍ୟାସ୍ନାଲ୍ ଓ ଇଣ୍ଟର ନ୍ୟାସ୍ନାଲ୍ କମ୍ପାନୀର ବିଭିନ୍ନ ଦସ୍ତାବିଜ୍ ଜବତ କରିଛି ।


