ଚାଙ୍ଗୁଆରେ ବିଶ୍ୱ ହସ୍ତୀ ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ) : ବହଳଦା ବନାଞ୍ଚଳ ତରଫରୁ ତିରିଂ ବ୍ଲକ ଅନ୍ତର୍ଗତ ଚାଙ୍ଗୁଆ ଗ୍ରାମରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି ଓ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାଥ ମହାନ୍ତଙ୍କ ପ୍ରତକ୍ଷ ତତ୍ୱାବଧାନରେ ପ୍ରକୃତି ଓ ପରିବେଶବିତ ଲଳିତ ମହାନ୍ତ ସଭାପତିତ୍ବ କରିଥିଲେ ଓ ମୁଖ୍ୟ ଅତିଥି ଭାବେ ସମାଜସେବୀ କାଶୀନାଥ ହେମ୍ବ୍ରମ ଯୋଗଦେଇ ହାତୀମାନେ ଗ୍ରାମାଭି ମୁଖୀ ହେବାର ବିଭିନ୍ନ ଉଦାହରଣ ମାନ ବର୍ଣନା କରିଥିଲେ ଓ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡ଼ ଅରୁଣ କୁମାର ମିଶ୍ର ହାତୀମାନଙ୍କର ସୁରକ୍ଷାପାଇଁ ଗ୍ରାମର ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ | ଓ ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ଇଂରାଜୀ ଅଧ୍ୟାପକ ଗଣେଶ ମିଶ୍ର ହାତୀ ଆମର ବିଶ୍ୱସନୀୟ ବୋଲି ମତ ରଖିଥିଲେ ଓ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଜୁନିଅର ରେଡ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ବିଭିନ୍ନ ସ୍ଲୋଗାନମାନ ଦେଇ ସଚେତନତା ସୃଷ୍ଟି କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଏସ.ସି.ଏଫ ନବୀନ ଚନ୍ଦ୍ର ନାୟକ,ଅବୈତନିକ ବନ୍ୟ ପ୍ରାଣୀ ସରଂକ୍ଷକ ପ୍ରଦୀପ୍ତ କବି, ବନପାଳ ସତ୍ୟବ୍ରତ ପଟ୍ଟନାୟକ(ରାଇରଙ୍ଗପୁର) ମେନକା ନାୟକ(ବହଳଦା), ଶିକ୍ଷକ ଭବାନୀ ଶଙ୍କର ଗିରି, ଦୀପକ ମିଶ୍ର, ଟନି ପଣ୍ଡା, ଅଭିନାଶ ଗିରି, ନଳିନୀ କାନ୍ତ ମଣ୍ଡଳ. ଏସ. କେ. ଆଲାଙ୍ଗୀର, ଅମିତ ଶର୍ମା, ତୁଶୀଲ ହେମ୍ବ୍ରମ, କ୍ରିଷ୍ଣା ଶର୍ମା ପ୍ରମୁଖ ଉପସ୍ଥିତ ଥିଲା ବେଳେ ବନ ବିଭାଗ କର୍ମଚାରୀ ଦେବଦତ୍ତ ହେମ୍ବ୍ରମ, ସେଗରାମ ବାସ୍କେ, ପଟାର ଲେୟାଙ୍ଗି ପ୍ରମୁଖ ସହଯୋଗ କରିଥିଲେ ଓ ଶେଷରେ ବନପାଳ ଜିତେନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ