ଚାନ୍ଦପୁର ପୋଲିସର ଚଢାଉ , ୧୧ଟି ଚୋରା ବାଇକ ଜବତ

ନୟାଗଡ , (ଯୁଗାବ୍ଦ ନ୍ୟୁଜ) : ଚାନ୍ଦପୁର ଥାନା ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରି .୧୧ ଟି ଚୋରା ବାଇକ୍ ଜବତ କରିବା ସହ ବାଇକ ଚୋରିରେ ସମ୍ପୃକ୍ତ ୩ ଜଣ କୁ ଗିରଫ କରିଛି..। ଗିରଫ ୩ଜଣଙ୍କ ମଧ୍ୟରୁ ଜଣେ କବାଡିଆ ଥିବା ଜଣାପଡିଛି । ଗିରଫ ୩ଅଭିଯୁକ୍ତ ମାନେ ହେଲେ ଖୋରଧା ଜିଲା ଟାଙ୍ଗୀ ଥାନା ରତନପୁରୁ ଅଂଚଳର …ବାବୁଲି ବେହେରା ଓ ଜିତେନ୍ଦ୍ର ପଟନାୟକ ଏବଂ ଟାଙ୍ଗୀ କୁହୁଡି ଗ୍ରାମର କବାଡିଆ କେଶବ ବେହେରା । ଗିରଫ ଚୋର ଦ୍ୱୟ ଟାଙ୍ଗୀ ଚାନ୍ଦପୁର ର ବିଭିନ୍ନ ଜନ ଗହଳି ପୂର୍ଣ ସ୍ଥାନ ବ୍ୟାଙ୍କ , ପରିବା ଗଦି , ବିଭିନ୍ନ ସୋ ରୁମ୍ ନିକଟରୁ କୌଶଳ କ୍ରମେ ବାଇକ୍ ଗୁଡିକୁ ଚୋରୀ କରିବା ପରେ କବାଡିଆକୁ ଶାଗ ମାଛ ଦରରେ ବିକ୍ରି କରିଆସୁଥୀଲେ । ଗତ ୩ ଦିନ ତଳେ ଚାନ୍ଦପୁର ବଜାର ରୁ ବାଇକ୍ ଚୋରୀ କରିବା ବେଳେ ଚୋର ୨ ଜଣକ ମଧ୍ୟରୁ ଲୋକେ ଜଣକୁ କାବୁ କରି ଚାନ୍ଦପୁର ପୋଲିସ୍ ର ଜିମା ଦେଇଥୀଲେ ।ଚୋର ମାନଙ୍କୁ ଜେରା କରିବା ପରେ ସମସ୍ତ ବାଇକ୍ କୁ ଜବତ କରିବାକୁ ପୋଲିସ ସକ୍ଷମ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ