ଚାନ୍ଦମାରି ପଡ଼ିଆରେ ବନ୍ଧୁମିଳନ
ବାଲେଶ୍ୱର (ଯୁଗାଦ୍ଦ ନ୍ୟୁଜ୍):ସ୍ଥାନୀୟ ସହଦେବଖୁଣ୍ଟା ବ୍ୟାସକବିନଗର ଚାନ୍ଦମାରି ପଡିଆଠାରେ ସଞ୍ଜୟ କୁମାର ବେହେରାଙ୍କ ପୃଷ୍ଠପୋଷକତାରେ ଏକ ବନ୍ଧୁମିଳନ ଉତ୍ସବର ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ସହଦେବଖୁଣ୍ଟା, ଫିରିଙ୍ଗିପାଟଣା, ଗୋଶାଳ ପଡିଆ, ଚାନ୍ଦମାରି ପଡିଆ, ଭାଲିଆଡାଙ୍ଗ, ସିଜୁବାଡି ଆଦି ଅଞ୍ଚଳର ଅଧିବାସୀ ବହୁ ସଂଖ୍ୟାରେ ଯୋଗ ଦେଇ ଭାବର ଆଦାନ ପ୍ରଦାନ କରିଥିଲେ । ଏହି ବନ୍ଧୁମିଳନ ଉତ୍ସବରେ ସାଂସଦ ରବୀନ୍ଦ୍ର ଜେନା, ମନୋଜ ରାଉତ, ବିନ୍ଦୁ ସିଂ, ସଞ୍ଜୟ ବେହେରା, ମନୋଜ ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ସୁଶାନ୍ତ ମହାନ୍ତି ଓ ପୁରାତନ କାଉନସିଲର ଏଥିରେ ଯୋଗ ଦେଇଥିଲେ । ଉକ୍ତ ଉତ୍ସବ ପରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଆବାହକ ସଞ୍ଜୟ ବେହେରା (ବାବୁଲା)ଙ୍କୁ ସମସ୍ତେ ତାଙ୍କର ଏଭଳି ମହତ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ତାଙ୍କର ଏଭଳି ମହତ କାର୍ଯ୍ୟ ଅନ୍ୟମାନଙ୍କ ପ୍ରତି ଏକ ଦୃଷ୍ଟାନ୍ତ ହେଉ ବୋଲି ସେ ପ୍ରକାଶ କରିଥିଲେ । ଭାଇଚାରା ପରମ୍ପରା ବଜାୟ ରଖିବା ସହ ସହଦେବଖୁଣ୍ଟାର ସାମଗ୍ରିକ ବିକାଶ କରିବା ଲକ୍ଷରେ ସ୍ଥାନୀୟ ଅଧିବାସୀଙ୍କ ଜନମତକୁ ପ୍ରାଧାନ୍ୟ ଦେଇ ଆଗାମୀ ଦିନରେ ଏକ ସୁସ୍ଥ, ସୁନ୍ଦର, ଉନ୍ନତ ସହଦେବକୁଣ୍ଟା ଗଠନ ଦିଗରେ ସମସ୍ତେ ସହଯୋଗ ଏବଂ ତାଙ୍କର ବଳିଷ୍ଠ ମତ ପ୍ରଦାନ କରି ବିକାଶର ଧାରାକୁ ତ୍ୱରାନ୍ୱିତ କରିବେ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଥିଲେ ।