ଚାନ୍ଦମାରୀ ପଡ଼ିଆ ରାସ୍ତାକାର୍ଯ୍ୟ ତ୍ୱରାନ୍ୱିତ ଦାବିରେ ରାସ୍ତାରୋକ

ବାଲେଶ୍ୱର, (ସରୋଜ ପଣ୍ଡା) :ଚାନ୍ଦମାରି ପଡ଼ିଆ ରାସ୍ତା ସମ୍ପ୍ର୍ରସାରଣ ଓ ନାଳ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବିରେ ବ୍ୟାସକବିନଗର ବିକାଶ ପରିଷଦ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦାମାନେ ଶନିବାର ରାସ୍ତାରୋକ କରିଥିଲେ । ସହଦେବଖୁଣ୍ଟା-ରେମୁଣା ଗୋଲେଇ ରାସ୍ତାର ଉତ୍କଳ ବାଳାଶ୍ରମ ନିକଟରେ ଲୋକେ ରାସ୍ତାରୋକ ସହ ଧାରଣା ଦେଇଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହନ ପ୍ରାୟ ଦୁଇଘଣ୍ଟା ଧରି ଅଟକି ରହିଥିଲା । ଖବର ପାଇ ବାଲେଶ୍ୱର ପୌରପାଳିକା ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଦୀପ କୁମାର ନାୟକ ଓ ଉପ-ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ରଙ୍କ ସମେତ ପୂର୍ତ୍ତ-୧ର ସହକାରୀର ଯନ୍ତ୍ରୀ ନଟବର ପ୍ରଧାନ, ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ପ୍ରମୁଖ ଧାରଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ଦୀର୍ଘ ସମୟର ଆଲୋଚନା ଆସନ୍ତା ସୋମବାର ବ୍ରିଟ ପକ୍ଷରୁ ପୁନଃ ମାପ ଓ ସରକାରୀ ରାସ୍ତାର ସୀମା ଚିହ୍ନଟ ପରେ ୭ଦିନ ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ଶେଷ ହେବ ବୋଲି ଦୁଇ ବିଭାଗର ଅଧିକାରୀ କହିଥିଲେ । ଉଚ୍ଛେଦ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ସ୍ଥାନୀୟ ଲୋକେ ରାସ୍ତରୋକରୁ ଓହରିଥିଲେ । ଅଧିକାରୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେଲେ ପୁନଶ୍ଚ ଆଠଦିନ ପରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ପରିଷଦର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ବ୍ୟାସକବି ନଗର ବିକାଶ ପରିଷଦର ସଭାପତି ରଞ୍ଜନ ଭୋଇ ଓ ସଂମ୍ପାଦକ ନରେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ରାସ୍ତାରୋକ ତଥା ଗଣଧାରଣାରେ ଜିତେନ୍ଦ୍ର ଉପାଧ୍ୟାୟ, ନିରଞ୍ଜନ ପରିଡ଼ା, ଅଖିଳ କୁମାର ଦାସ, ଭଗବାନ ମହନି, ସରସ୍ୱତୀ ପଣ୍ଡା, ରାଜକିଶୋର ରାଉତ, ବିନୋଦ ବିହାରୀ ପଣ୍ଡା, ଇଂ. ଡମ୍ବରୁଧର ପ୍ରଧାନ, ଡ. ସୁବାସ ନାୟକ, ବସ୍ତିବାସିନ୍ଦା ସଂଘର ସଭାପତି ବେଣୁଧର ବାରିକ, ସୁଧୀର କୁମାର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ସୁବ୍ରତ ଦାଶ, ସୋନିକ ଶତପଥି, ଧୀରେନ୍ଦ୍ର ବାରିକ, ଉଦୟ ସାହୁ, ଅଞ୍ଜନା ସେନ, ରାଜେଶ ରଣା, ସୁଶାନ୍ତ ବେଜ୍‌, ଜୟଶ୍ରୀ ବେହେରା, ଉମାକାନ୍ତ ମହାନ୍ତି, କେଶବ ଭାଇ, ଦୟାନିଧି ବେହେରା, ଶୈଳେନ୍ଦ୍ର ସିଂହ, ଇତିଶ୍ରୀ ବେଜ, ପୂର୍ବତନ କାଉନସିଲର ଦେବାଶିଷ ସିଂହ, ସଂଜୟ ଚୌଧୁରୀ, ପ୍ରଭାତ ସାହୁ, ସନ୍ତୋଷ ସେନ, କନକ ପାଣିଗ୍ରାହୀ, ସରସ୍ୱତୀ ଜେନା ଓ ମାମିନା ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ