ଚାନ୍ଦାକରି ଗାଁରେ ଏଲଇଡି ଲାଇଟ ଲଗାଇଲେ ଗ୍ରାମବାସୀ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଗାଁ ଗୁଡିକୁ ଆଲୋକିକରଣ କରୁଥିବାବେଳେ ହାଟଡିହି ବ୍ଲକ ଅଁରା ଗ୍ରାମରେ ଯୁବକମାନେ ନିଜ ନିଜ ଭିତରେ ଚାନ୍ଦାକରି ଗାଁରେ ଏଲଇଡି ଲାଇଟ ଲଗାଇଛନ୍ତି । ଗାଁର ମା ଗୋଠନାହାକାଣୀ ଯୁବକ ସଂଘ ପକ୍ଷରୁ ଗଡଆସାହିର ୬ନଂ ୱାର୍ଡରେ ୨୦ଟି ଏଲଇଡି ଲାଇଟ ବିଦ୍ୟୁତ ଖୁଣ୍ଟ ମାନଙ୍କରେ ଲଗାଯାଇ ଗାଁ ଟିକୁ ଆଲୋକି କରଣ କରାଯାଇଛି । ସତ୍ୟବ୍ରତ ଜେନାଙ୍କ ସହିତ ସୁଦର୍ଶନ ଜେନା, ସଞ୍ଜୟ ଜେନା, ରମେଶ ଜେନା, ସୁରେଶ ଜେନା, ସଞ୍ଜୟ କୁମାର ଜେନା, ହିମାଶୁଂ ଶେଖର ଜେନା, ପର୍ଶୁରାମ ଜେନା, ନାରାୟଣ ପରିଡା, ଅନାମ ଜେନା, ଅମୁଲ୍ୟ ଜେନା ପ୍ରମୁଖ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।