ଚାନ୍ଦା ଆଦାୟ ଓ ଗାଡି ଅପହରଣ ଅଭିଯୋଗରେ.୪ଜଣଙ୍କୁ ଗିରଫ କଲା ପୁଲିସ

ହାଟଡିହି, (ବିକାଶ ବିଶ୍ୱାଳ):ଚାନ୍ଦା ଆଦାୟକୁ କେନ୍ଦ୍ର କରି ସଡଙ୍ଗରେ ରବିବାର ରାତିରେ ଘଟିଥିବା ସଂଘର୍ଷ ଓ ଗାଡି ଅପହରଣ କରିବା ଅଭିଯୋଗରେ ନନ୍ଦିପଦା ପୁଲିସ ସଡ଼ଙ୍ଗ ଗ୍ରାମର ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାଇ ଏବେ ବୈତରଣୀ ନଦୀ ର ବିଭିନ୍ନ ଘାଟରୁ ବାଲି ପରିବହନ ହେଉଥିବା ବେଳେ ଅନେକ ସ୍ଥାନରେ ବାଲିଗାଡ଼ି ଗୁଡିକରୁ ମନଇଛା ଚାନ୍ଦା ଆଦାୟ କରାଯାଉଛି। ହାବଳେଶ୍ଵର ଠାରୁ ଶାଳଣିଆଁ ଦେଇ ଓରାଳି ଓ ସଡଙ୍ଗ ଠାରୁ ଅଣାଛକ ପର୍ଯ୍ୟନ୍ତ ୫୦ରୁ ଉର୍ଦ୍ଧ୍ବ ଛକ ବଜାରରେ ଚାନ୍ଦା ଆଦାୟ କରାଯାଉଛି। ମନ ଇଚ୍ଛା ବେଆଇନ ଚାନ୍ଦା ଆଦାୟ କରାଯାଉ ଥିବାରୁ ଅନେକ ସମୟରେ ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ଅନେକ ଅସାମାଜିକ ଯୁବକ ନିଶାଶକ୍ତ ହୋଇ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଗତ ରବିବାର ରାତିରେ ସଡଙ୍ଗ କଲେଜ ଛକ ନିକଟରେ ଏକ ହାଇୱା ଗାଡିରୁ ଚାନ୍ଦା ଆଦାୟ କରାଯିବାକୁ ନେଇ ଗାଡ଼ି ଚାଳକ ଓ ଚାନ୍ଦା ଆଦାୟକାରୀଙ୍କ ଭିତରେ ପାଟିତୁଣ୍ଡ , ଝଗଡା ଓ ପରେ ସଂଘର୍ଷ ହୋଇଥଲା। ଚାନ୍ଦା ଆଦାୟକାରି ମାନେ ଓଡି୨୨ୱାଇ ୪୨୭୫ ନମ୍ବର ବିଶିଷ୍ଟ ଗୋଟିଏ ହାଇୱା ସହିତ ତାର ଡ୍ରାଇଭର ଓ ହେଲ୍ପରକୁ ଅପହରଣ କରି ନେଇଥିଲେ। ଡ୍ରାଇଭର ନିକଟରୁ ୧୨ହଜାର ଟଙ୍କା ମଧ୍ୟ ଛଡାଇ ନେଇଥିଲେ। ଏନେଇ ଗାଡି ମାଲିକ ବାଲେଶ୍ଵରର ଅପରାଜିତା ସେଣ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଥାନା କେସନଂ ୩୨୧/୨୪ ମାମଲା ରୁଜୁ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗାଡି ସମେତ ଡ୍ରାଇଭର ଓ ହେଲ୍ପର ଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ପୁଲିସ ଦିବ୍ୟପ୍ରକାଶ ଖଣ୍ଡେଇ (୧୯ ) , ରମାକାନ୍ତ ପଢିଆରୀ (୪୦) ଜଗନ୍ନାଥ ଶାସିନି (୩୭), କମଳାକାନ୍ତ ବାରିକ (୧୯ ) ପ୍ରମୁଖଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବୋଲେରୋ ଜବଦ କରିଛି। ଆଜି ଅପରାହରେ ଗିରଫ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ