ଚାନ୍ଦା ଦେଇ ନ ପାରିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ଦୁଇ ହିତାଧିକାରୀ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦାବ୍ଲକର ଗିଦିଘାଟୀ ପଞ୍ଚାୟତ ଦୁର୍ନୀତିରେ ଉବୁଟୁବୁ । ଏଥିରେ ମୁଖ୍ୟ କାର୍ପଟଧାରୀ ସାଜିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ ପାତ୍ର ।କାହା ସ୍ବାର୍ଥରେ ସେ ଏଭଳି କାମ କରିବା ପାଇଁ ସାହସ କରୁଛନ୍ତି ।ପରଦା ପଛରେ ମହାନାୟକ କିଏ? ସୂଚନାଯୋଗ୍ୟ ଯେ ଗିଦିଘାଟୀ ପଞ୍ଚାୟତର ହେଁସଡା ଗ୍ରାମର ଗରିବ ହିତାଧିକାରୀ ହରମୋହନ ପାତ୍ର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ।ଭଙ୍ଗା ଘରେ ରହି ରାତିରେ ତାରା ଗଣୁଛନ୍ତି ।ଘର କାନ୍ଥ ଫାଟି ଆଁ କରିଛି । କେତେବେଳେ ଘର ଭୁଷୁଡି ପଡିବା କେହି କହି ପାରିବେ ନାହିଁ ! ତେଣୁ ଦିର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ହେଲା ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ପାଇଁ କେତେ ନେତା, ସରପଞ୍ଚ, ବିଡ଼ିଓଙ୍କୁ ଗୁହାରି କଲେଣି ,ତାହାର ହିସାବ ନାହିଁ ।ଯଦିଓ ବହୁ ବର୍ଷ ପରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲିଷ୍ଟ ରେ ନାମ ଆସିଛି । ସେଥିପାଇଁ ପିଇଓ ପ୍ରଦୀପ୍ତ ପାତ୍ର ତାଙ୍କର ଫଟୋ ଉଠାଇ ନେଇଛନ୍ତି ଏବଂ କାଗଜ ପତ୍ର ପାଇଁ ୫୦୦ଟଙ୍କା ନେଇଛନ୍ତି । ହିତାଧିକାରୀ କହିବା ଅନୁସାରେ ୫୦୦୦ଟଙ୍କା ଦିଅ ଓ ଓ୍ବାର୍କ ଅର୍ଡର ନିଅ ବୋଲି ପିଆଇଓ ପ୍ରଦୀପ ପାତ୍ର କହିଛନ୍ତି ।
ସେହିଭଳି ସେହି ଗାଁର ଭାନୁମତି ପାତ୍ରଙ୍କ ଶଶୁର ଡମାନ ପାତ୍ରଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକା ଭକ୍ତ ହୋଇଛନ୍ତି । ତାଙ୍କର ଫଟୋ ଓ ୫୦୦ ଟଙ୍କା ପିଇଓ ପ୍ରଦୀପ ପାତ୍ର ନେଇଛନ୍ତି ଏବଂ ୫୦୦୦ ଟଙ୍କା ଚାନ୍ଦା ଦେଲେ ଓ୍ବାର୍କ ଅର୍ଡର ଦେବେ ବୋଲି ହିତାଧିକାରୀ ଗଣମାଧ୍ୟମରେ କହିଛନ୍ତି ।ବିଚରା ଦୁଇ ଗରିବ ପରିବାରରେ ୫୦୦୦ ଟଙ୍କା ଲେଖାଏଁ କେଉଁଠି ପାଇବେ ଦେବେ !ଦିର୍ଘ ୬ମାସ ହେଲା କରୋନା କଟକଣା ଯୋଗୁଁ କାମଧନ୍ଦା ନ ପାଇ ଭୋକ ଉପାସରେ ଓଳିଏ ଖାଇବାର ଦିନ କାଟୁଛନ୍ତି ।ଯାହା ପଇସାପତ୍ର ଥିଲା ସବୁ ସରିଯାଇଛି । ଗଣମାଧ୍ୟମ ପ୍ରତିନିଧି ପିଇଓଙ୍କ ସହ ଯୋଗାଯୋଗ ଯୋଗ କଲେ ମଧ୍ୟ ସେ ଫୋନ ଉଠାଉ ନାହାନ୍ତି । ସରକାର ସମସ୍ତଙ୍କ ପାଇଁ ଘରଟିଏ ଟଙ୍କା ଦେଉଛନ୍ତି ହେଲେ ତୃଣମୂଳ ସ୍ତରରେ ଦୁର୍ନୀତି ଗ୍ରସ୍ତ ପଞ୍ଚାୟତ କର୍ମଚାରୀ ଓ ଜନପ୍ରତିନିଧିଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛନ୍ତି ଗରିବ ହିତାଧିକାରୀ । ଘଟଣାର ସତ୍ୟାସତ୍ୟକୁ ଜିଲ୍ଲାପାଳ ମୋହଦୟ ତଦନ୍ତ କରିବା ସହ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲଗାଇବାକୁ ସାଧାରଣରେ ଦାବି ହେବା ସହ ହିତାଧିକାରୀ ମାନଙ୍କୁ ତୁରନ୍ତ ଗୃହ ନିର୍ମାଣ କାଗଜପତ୍ର ଦେବାପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ