ଚାନ୍ଦିପୁଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଉଦଯାପିତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଅଧ୍ୟକ୍ଷ ଡ଼ଃ. ରାଧାରମଣ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ନିଜ ଜୀବନର ଲକ୍ଷ ଧlର୍ଯ୍ୟ କରି ପରିଶ୍ରମ କଲେ ଲକ୍ଷ ସ୍ଥଳରେ ନିଶ୍ଚିତ ପହଞ୍ଚି ପାରିବେ ବୋଲି ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ l ମୁଖ୍ୟବକ୍ତା ଭାବେ ବ୍ଳକ ଅଧ୍ୟକ୍ଷ ରଞ୍ଜୀବ ଶବର, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀ, ବରିଷ୍ଠ ନାଗରିକ ମଧୁସୂଦନ ପାଢ଼ୀ,ପ୍ରଶାନ୍ତ ବିର,ବିଜେଡି ଜିଲ୍ଲା ଉପ ସଭାପତି ଦଣ୍ଡlସି ସାହୁ, ଡିଗ୍ରୀ କଲେଜ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ସାମ୍ବାଦିକ ସଂଘ ସଭାପତି ପଞ୍ଚାନନ ଦାସ, କଲେଜ ସଦସ୍ୟ ଦେବଦତ୍ତ ବେହେରା, ଜୁରିଆ କାର୍ଜି ଓ ନାଥ ମଲିକ ପ୍ରମୁଖ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ