ଚାନ୍ଦିପୁଟ ଓ ମୋହନାରେ ମୋ କଲେଜ ଅଭିଯାନ

ମୋହନା, (ଅଂଶୁମାନ ପଣ୍ଡା) : ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଚାନ୍ଦିପୁଟ ଇନ୍ଦ୍ରା ମେମରିଆଲ କଲେଜରେ ଶୁଭ ଆରମ୍ଭ କାର୍ଯ୍ୟକ୍ରମ କରାଯାଇଥିଲା । କଲେଜର ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀଙ୍କ ଅଧକ୍ଷତା ଓ ମୋ କଲେଜ କାର୍ଯ୍ୟକ୍ରମର ସଂଯୋଜିକା ଡ଼. ବୁନି କୁମାରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁକ୍ତ୨ ଅଧ୍ୟକ୍ଷ ଡ଼. କିଶୋର ଚନ୍ଦ୍ର ସାହୁ ପ୍ରଦୀପ ପ୍ରଯୋଳନ କରି ଉଦଘାଟନ କରିଥିଲେ । ମୋ କଲେଜ ଅଭିଯାନ ମାଧ୍ୟମରେ କଲେଜର ପୂରାତନ ଛାତ୍ର ଛାତ୍ରୀ ତଥା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଯୋଡି କଲେଜର କିଭଳି ବିକାଶ କରାଯିବ ସେଥିପାଇଁ ଏହି ଅଭିଯାନ ମୁଖ୍ୟ ଉଦେଶ୍ୟ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି କଲେଜ କର୍ତ୍ତୃପକ୍ଷ ଓ ପୁରାତନ ଛାତ୍ର ଛାତ୍ରୀ । କାର୍ଯ୍ୟକ୍ରମରେ କଲେଜ ଅଧ୍ୟାପକ ଡ଼. ସନ୍ୟାସୀ ବେହେରା , ଅରୁଣ କୁମାର ସେନାପତି, କେ. କ୍ରିଷ୍ଣl , ରାମହରି ପଟନାୟକ ଓ ସୂର୍ଯ୍ୟ ନାରାୟଣ ଦଳାଇଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ତଥା ପୁରାତନ ଓ ନୂତନ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ । ସେହିପରି ମୋହନା ହିଲଟପ କଲେଜ ଅଧ୍ୟକ୍ଷ ସୁବ୍ରକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁକ୍ତ୨ଅଧ୍ୟକ୍ଷ ସୀମାଞ୍ଚଳ ସାହୁ, ବରିଷ୍ଠ ଅଧ୍ୟାପକ ଭଗବାନ ବିଶୋଇଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ