ଚାନ୍ଦିପୁଟ ଚୋରି ଘଟଣାରେ ୩ ଗିରଫ କମ୍ପ୍ୟୁଟର ଓ ମୋବାଇଲ ଉଦ୍ଧାର

ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ପରିସରର ଚାନ୍ଦିପୁଟ ଗ୍ରାମରେ ସଂଗଠିତ ଚୋରି ଘଟଣାରେ ୩ଜଣ ଚୋର ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ଚୋରି ଯାଇଥିବା କମ୍ପ୍ୟୁଟର,ମୋବାଇଲ ଆଦି ଜବତ ହୋଇଛି । ଘଟଣାରୁ ପ୍ରକାଶ ଗତ ୧ତାରିଖ ରାତ୍ରରେ ଚାନ୍ଦିପୁଟ ଗ୍ରାମର ମୁଖ୍ୟ ବଜାର ପାଶ୍ୱର୍ରେ ଥିବା ଏକ ମୋବାଇଲ ଦୋକାନରୁ ତାଲା ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିଲା । ସେହିପରି ସେହି ରାତ୍ରରେ ଚାନ୍ଦିପୁଟ ମୁଖ୍ୟ ରାସ୍ତାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କବାଟ ଭାଙ୍ଗି କମ୍ପ୍ୟୁଟର ସେଟ ଚୋରି ଯାଇଥିଲା । ଘଟଣା ନେଇ ମୋହନା ଥାନାରେ କେସ ନଂ ୭୫ ଓ ୭୬ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ ଏ ନେଇ ୩ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇ ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆର.ଉଦୟଗିରି ଏଡିପିଓ ଅଶୋକ କୁମାର ମହାନ୍ତି,ମୋହନା ଥାନା ଆଇଆଇସି ସୁଜିତ ନାୟକ ଜଣାଇଛନ୍ତି,ଗିରଫ ହୋଇଥିବା ୩ଜଣ ଚୋରଙ୍କ ମଧ୍ୟରୁ ୨ଜଣ ସୁରେଶ ମହାଙ୍କୁଡ ଓ ଅନୀଲ ମହାପାତ୍ର ଚାନ୍ଦିପୁଟ ଗ୍ରାମର ଅଟନ୍ତି । ଅନ୍ୟ ଜଣେ ଚୋର ଗଞ୍ଜାମର ଗୋଳନ୍ଥରା ଗ୍ରାମର ରାଜା ବେହେରା ଅଟନ୍ତି । ଏମାନଙ୍କୁ ଗିରଫ କରାଯିବା ସହ ମୋବାଇଲ ଦୋକାନରୁ ଚୋରି ଯାଇଥିବା ୫ଗୋଟି ମୋବାଇଲ ଓ ଅନ୍ୟନ୍ୟ ଜିନିଷପତ୍ର ସହ ସରକାରୀ ବିଦ୍ୟାଳୟରୁ ଚୋରି ଯାଇଥିବା କମ୍ପ୍ୟୁଟର ସେଟକୁ ଉଦ୍ଧାର କରାଯାଇଛି । ୩ଜଣ ଚୋରଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ