ଚାନ୍ଦିପୁର ଠାରେ “ଆକାଶ” କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ଵର, (ସରୋଜ ପଣ୍ଡା):ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେସନ ମିଜାଇଲର ଆଜି ବ୍ୟବହାରିକ ପରିକ୍ଷା କରାଯାଇଛି। ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗ ଆଇ.ଟି.ଆର. ପରୀକ୍ଷଣ କେନ୍ଦ୍ର ଏଲ.ସି -୩ ରୁ ଏହି ପରୀକ୍ଷଣ କରାଯାଇଥୁବା ଜଣାପଡିଛି ।ଆଜି ସକାଳ ପ୍ରାୟ ୧୦.୩୦ରେ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା। ଆକାଶ–ଏନର୍ଜି ଆକାଶ ସିରିଜର ଏକ ଅତ୍ୟାଧୁନିକ ମିଜାଇଲ୍ । ଏହି ସ୍ଵଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶର ଲକ୍ଷଭେଦୀ ଦୂରତା ୪୦ ରୁ ୮୦ କିଲୋମିଟର । ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧାସ୍ତ୍ରକୁ ଏହା ସହଜରେ ଧ୍ୱଂସ କରିବାରେ ସଫଳ ହୋଇପାରେ । ଏହାର ଲକ୍ଷଭେଦୀ କ୍ଷମତା, ଗତିବିଧୀ ଏବଂ ଯୋଗାଯୋଗ କ୍ଷମତାକୁ ଆଇ.ଟି.ଆର. ର ଟେଲିମେଟ୍ରିକ ରାଡାର ସିଷ୍ଟମ ଦ୍ବାର ଅନୁଧ୍ୟାନ କରାଯାଇଥିଲା ।ଏହି ମିଜାଇଲ ପ୍ରତି ସେକେଣ୍ଡରେ ୮୬୦ ମିଟର ଦୂରତା ଅତିକ୍ରମ କରିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ