ଚାନ୍ଦିପୁର ବେଳାଭୂମି ନିକଟରେ ଅନୁଷ୍ଠିତ ହେଲା “ତର୍ଜୁମାନ ସାହିତ୍ୟ ସାଗର କବିତା ଆସର”
ବାଲେଶ୍ୱର, : ତର୍ଜୁମାନ ସାହିତ୍ୟ ସଭା ଆନୁକୁଲ୍ୟରେ ଚାନ୍ଦିପୁର ବେଳାଭୂମି ନିକଟସ୍ଥ ହୋଟେଲ ଗୋଲଡେନ ପରିସରରେ “ତର୍ଜୁମାନ ସାହିତ୍ୟ ସାଗର କବିତା ଆସର” ଅନୁଷ୍ଠିତ ହୋଇ ଯାଇଛି । କବିତା ଯେ ସଦଭାବନାର ସୂତ୍ରଧର ହୋଇ ପାରେ ପୂର୍ବରୁ ଏହାର ଅନେକ ନଜିର ରହି ଅଛି ଆଜି ତାହାର ପୁନରାବୃତ୍ତି ଘଟିଥିଲା ଏହି ଆସରରେ । କବି ପ୍ରଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଆସରରେ ବାଲେଶ୍ୱରରୁ ୩୦ରୁ ଉର୍ଦ୍ଧ କବି ଓ କବୟିତ୍ରୀ ଯୋଗ ଦେଇଥିବା ବେଳେ ବିଶେଷ ଆକର୍ଷଣ ଥିଲେ କଲିକତାରୁ ଆସିଥିବା ଦୁଇ ଉର୍ଦ୍ଦୁକବି ଆନ୍ତର୍ଜାତିକ ଖ୍ୟାତନାମା କବି ଈରଶାଦ ଆରଜୁ ଏବଂ ଯୁବକବି ଈରଶାଦ ମଜହରୀ । ଭାଷା ଥିଲା ଅଲଗା ଅଲଗା କିନ୍ତୁ ଭାବ ଥିଲା ଏକା, ପ୍ରେମ, ଶାନ୍ତି ଓ ସଦଭାବନାର ବାର୍ତ୍ତା । ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ପ୍ରମେୟର ସମ୍ପାଦକ ସତ୍ୟଶିବ ଦାସ, ବରିଷ୍ଠ ପ୍ରାବନ୍ଧିକ, ସମାଲୋଚକ ଓ କବି ଡ. ରାଧାରଞ୍ଜନ ପଟ୍ଟନାୟକ, ବିଦ୍ୟାଭାରତୀ ଓ ବହିଘର ପ୍ରତିଷ୍ଠାତା, ପ୍ରକାଶକ ଓ କବି ଅଭୟ ଦାସ, ହୋଟେଲ ଗୋଲ୍ଡେନର ମାଲିକ ଆଲମ ଅଲୀ ଖାଁ, ପାନ୍ଥନିବାସର ପ୍ରବନ୍ଧକ ସୈୟଦ ତାରିକ ଅଲୀ, ତର୍ଜୁମାନ ସାହିତ୍ୟ ସଭା ପରିଚାଳନା କମିଟି ସଦସ୍ୟ ବଳାଙ୍ଗୀ ମହାବିଦ୍ୟାଳୟର ପ୍ରିନ୍ସିପାଲ ଡ. ରତ୍ନାକର ସିଂହ ଏବଂ ବ୍ୟଙ୍ଗ କବି ସୁବାସ ଚନ୍ଦ୍ର ସ୍ୱଇଁ ସ୍ୱରଚିତ କବିତା ପାଠ କରିବା ସହ ସମାଜକୁ ଦୀଗଦର୍ଶନ ଦେବାରେ କବିତା ଏବଂ କବିଙ୍କ ଭୁମିକା ଉପରେ ବକ୍ତବ୍ୟ ରଖିଥିଲେ । ଯୁବକବି ମଧୁସୂଦନ ମିଶ୍ର ଏବଂ କବି ଇନାୟତ ଅଲୀ ଖାଁଙ୍କ ସଂଯୋଜନାରେ କବିୟତ୍ରୀ ସୁବ୍ରତା ମହାନ୍ତି, ଜ୍ୟୋତ୍ସ୍ନା ରାୟ, କଲ୍ୟାଣୀ ନନ୍ଦ, ମମତା ଦାସ, ପ୍ରଣତି ମହାପାତ୍ର, ଆଭାମୟୀ ବାରିକ, କବି ପ୍ରଭାକର ସାହୁ, ପଦ୍ମଲୋଚନ ପ୍ରଧାନ, ସତ୍ୟ ରଞ୍ଜନ ସାହୁ, ସମର ବଲ୍ଲଭ ଭୋଇ, ଜୁମରନାଥ ପାତ୍ର, ପ୍ରବୀର କମିଳା, ରଣଜିତ ପୃଷ୍ଟି, ପ୍ରକାଶ ରଞ୍ଜନ ରାଉତ, ପ୍ରୀତିରଞ୍ଜନ ନାୟକଙ୍କ ସହ ଯୁବ ଉର୍ଦ୍ଦୁକବି ସେଖ ସର୍ଫୁଦ୍ଦିନ ଏବଂ ତର୍ଜୁମାନ ଟିଭି ଚ୍ୟାନାଲର ସହ ସମ୍ପାଦକ ଅଜିମ ବାଲେଶ୍ୱରୀ ସ୍ୱରଚିତ କବିତା ପାଠକରି ଆସରକୁ ସଫଳତାର ଶିଖରକୁ ପହଞ୍ଚାଇ ଦେଇଥିଲେ । ଏହି ଅବସରରେ କଲିକତାରୁ ଆସିଥିବା ଦୁଇ ଉର୍ଦ୍ଦୁକବି ଈରଶାଦ ଆରଜୁଙ୍କ “ମତଲା/ଆରମ୍ଭ” ଏବଂ ଈରଶାଦ ମଜହରୀଙ୍କ “ନଏ ମିଜାଜ କା ସାଓନ୍/ନୂତନ ଚେତନାର ଶ୍ରାବଣ” ପୁସ୍ତକ ଲୋକାର୍ପଣ ହୋଇଥିଲା । ତର୍ଜୁମାନ ସାହିତ୍ୟ ସଭା ତରଫରୁ ସାହତ୍ୟ ପାଇଁ ତାଙ୍କର ଅବଦାନ ଦୃଷ୍ଟିରୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ ତର୍ଜୁମାନ ଟିଭି ଚ୍ୟାନାଲର ସହ ସମ୍ପାଦକ ଅଜିମ ବାଲେଶ୍ୱରୀ ଆମନ୍ତ୍ରିତ କବି ଓ ଅତିଥିମାନଙ୍କ ସହ ହୋଟେଲ ଗୋଲ୍ଡେନର ମାଲିକ ଆଲମ ଅଲୀ ଖାଁ ଓ ପାନ୍ଥନିବାସର ପ୍ରବନ୍ଧକ ସୈୟଦ ତାରିକ ଅଲୀଙ୍କ ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।