ଚାନ୍ଦିପୁର ରାସ୍ତାରେ ସଡ଼କ ଦୁର୍ଘଟଣାରେ ଅଜଣା ମହିଳାଙ୍କ ମୃତ୍ୟୁ
ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ଥାନା ଅଧୀନ ସତ୍ୟ ଶାଇ ଇଞ୍ଜିନିୟରିଂ କଲେଜ ସମ୍ମୁଖ ରାସ୍ତାରେ ପାଣି ଥିବା ଖାଲରେ ଅଜଣା ମହିଳାଙ୍କ ମୃତଦେହ ପଡିଥିବାର ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ।ଚାନ୍ଦିପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।ତେବେ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଭୋର ଭୋର ସମୟରେ ଅଜଣା ଗାଡ଼ି ତାଙ୍କ ଉପରେ ମାଡି ଯାଉଥିବାର ଜଣାପଡିଛି।ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ର ସନ୍ଦେହ କରାଯାଉଛି।ତେବେ ମୃତଦେହ ଟି ପାଣି ଖାଲ ରେ ପଡ଼ିଥିବାରୁ ଅନ୍ୟ ଗାଡି ମଧ୍ୟ ତାଉପରେ ମାଡି ଯାଇଥିବାରୁ ମହିଳାଙ୍କୁ ଚିହ୍ନଟ କରାଯାଇ ପାରିନାହିଁ।


