ଚାନ୍ଦିପୁର ରୋଡ଼ ବାପୁନୁ ହତ୍ୟାକାଣ୍ଡ ମାମଲାରେ ୭ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା) :-ଚାନ୍ଦିପୁର ରୋଡ଼ରେ ଗତ ୩ ତାରିଖ ରାତିରେ ହୋଇଥିବା ବାପୁନୁ ଓରଫ ସତ୍ୟବ୍ରତ ଦାସଙ୍କୁ ଖଣ୍ଡାରେ ବାଲେଶ୍ୱର ପୁଲିସ ୭ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗୋପି ଜୀ ଓରଫ ଆନ୍ନା, ଶିବ ପ୍ରସାଦ ଜେନା ଓରଫ ଶିବୁ, ପ୍ରେମାନନ୍ଦ ମଲ୍ଲିକ ଓରଫ ଅରୁ, ପ୍ରଶାନ୍ତ କୁମାର ଓରଫ ପୁଅ, ଶୁଭାସିଶ ଦାସ ଓରଫ ବାବୁନା, ନବ ରାୟ ଓରଫ ନବ ଓ ଭବାନୀ ଶଙ୍କର ସାହୁ ଓରଫ ଡନ । ଜମି ଜମା ମାମଲା ଓ ମଦ ଦୋକାନ କାରବାରକୁ ନେଇ ଏହି ହତ୍ୟା କାଣ୍ଡ ହୋଇଥିବା ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୃତ ବାପୁନୁ ଜଣେ ଜଣେ ଗୁଣ୍ଡା ଶ୍ରେଣୀର ଯୁବକ ହୋଇଥିବା ବେଳେ ସେ ନବ ରାୟଙ୍କ ବଳରାମଗଡ଼ି ମଦ ଦୋକାନରେ ବାପୁନୁ କାର୍ଯ୍ୟ କରୁଥିଲା । ନବ ରାଏ ଇତି ମଧ୍ୟରେ ଆନ୍ନାଠାରୁ ୬୦ ଲକ୍ଷ ମୂଲ୍ୟର ତିନୋଟି ମୂଲ୍ୟବାନ ଜମି କିଣିଥିଲା । ପ୍ରଥମ କିସ୍ତି ରେ ୭ଲକ୍ଷ ୩୪ ହଜାର ଟଙ୍କା ଦେଇଥିଲା ବେଳେ ପରବର୍ତ୍ତି ସମୟରେ ବାକି ଟଙ୍କା ଦେବ ବୋଲି କହିଥିଲା । ନବ ନିଜର କର୍ମଚାରୀ ବାପୁନୁ ଓରଫ ମୃତ ସତ୍ୟବ୍ରତ ହାତରେ ଆନ୍ନାକୁ ଟଙ୍କା ଦେଇଥିଲା । ହେଲେ ବାପୁନୁ ଆନ୍ନାକୁ ଟଙ୍କା ନଦେଇ ନିଜେ ଆତ୍ମସାତ କରି ଦେଇଥିଲେ । ଯାହାକୁ ନେଇ ଆନ୍ନା ବାପୁନୁ ଉପରେ ଖପ୍ପା ଥିଲା । ଏହି ଟଙ୍କାର କାରବାରକୁ ନେଇ ଦୁଇ ବର୍ଷ ଆଗରୁ ଆନ୍ନାର ପତ୍ନୀ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଅନ୍ୟପକ୍ଷରେ ନବ ମଦ ଦୋକାନ ବୁଝାସୁଝା କରୁଥିବା ବାପୁନୁ ଲୋକଙ୍କ ଉପରେ ଜୁଲମ କରୁଥିଲା । ମଦ କାଉଣ୍ଟର ସମ୍ମୁଖରେ ବାପୁନୁ ଦାଦାବଟି ପାଇଁ ମଦ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ଆଦାୟ କରୁଥିଲା । ଫଳରେ ନବର ମଦ ବିକ୍ରି ମାନ୍ଦା ପଡ଼ି ଯାଇଥିଲା । ଯାହାକୁ ନେଇ ନବ ମଧ୍ୟ ଚିନ୍ତାରେ ଥିଲା । ସେହିପରି ଅନ୍ୟ ଦୁଇଜଣ ଯୁବକଙ୍କୁ ବାପୁନୁ କୁଚିଆ (ଚୋରା ମଦ ବେପାରୀ) ଭାବେ ବ୍ୟବହାର କରୁଥିଲା । ସେମାନ ଙ୍କୁ ଦୁଇଟି ବେଆଇନ ମଦ କାଉଣ୍ଟର କରିଦେଇ ଦିନକୁ ଦୁଇ ତିନି ହଜାର ଟଙ୍କାର ରୋଜଗାର କରୁଥିଲା ବେଳେ ଦୋକାନ ବୁଝୁଥିବା ଦୁଇ ଯୁବକଙ୍କୁ ଦିନକୁ ୫୦୦ ଟଙ୍କା ଲେଖାଏ ଦେଉଥିଲା । ତେଣୁ ବାପୁନୁକୁ ହତ୍ୟା କରିଦେଲେ ଦୁଇଜଣ ଦୁଇଟି ଯାକ ବେଆଇନ ମଦ କାଉଣ୍ଟରର ମାଲିକ ହୋଇଯିବେ ବୋଲି ଏହି ହତ୍ୟାକାଣ୍ଡରେ ସାମିଲ ହୋଇଥିଲେ । ବାପୁନକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ହୋଇଥିଲା । ୩ ତାରିଖସନ୍ଧ୍ୟାରେ ବାପୁନ ବଳରାମଗଡ଼ିରୁ ବାଲେଶ୍ୱର ଟାଉନକୁ ଆସୁଥିବା ବେଳେ ମହର୍ଷି ମହାବିଦ୍ୟାଳୟ ନିକଟରେ ଆନ୍ନା ତାକୁ ପ୍ରଥମେ ଅଟକାଇ ବାକିଥିବା ଟଙ୍କା ମାଗିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଆନ୍ନା ନିକଟରେ ଥିବା ଭୁଜାଲି ରେ ବାପୁନକୁ ପ୍ରଥମେ ଆକ୍ରମଣ କରିଥିଲା । ପରେ ସେଠାରେ ଛକି ରହିଥିବା ଅନ୍ୟମାନେ ଏହି ଆକ୍ରମଣରେ ସାମିଲ ହୋଇଥିଲେ । ଆକ୍ରମଣ ପରେ ଆହତ ଆନ୍ନା ସମେତ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗ ପଳାଇ ଯାଇଥିଲେ ବୋଲି ଆଇଜି କହିଛନ୍ତି । ଏନେଇ ଏକ ମାମଲା ରୁଜୁ ସହ ପୁଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଜିଙ୍କ ସହ ଏସପି ସୁଧାଂଶୁ ମିଶ୍ର, ସିଟି ଡିଏସପି ଅମୂଲ୍ୟ ଧର, ସଦର ଡିଏସପି ପଦାରବିନ୍ଦ ମହାପାତ୍ର ଓ ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ