ଚାପମୁକ୍ତ ଜୀବନ ପାଇଁ ଜୈନମୁନି ଆଚାର୍ଯ୍ୟ ଅରବିନ୍ଦଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚାପମୁକ୍ତ ଜୀବନ ପାଇଁ ଧ୍ୟାନର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ବୁଧବାର ପୂର୍ବାହ୍ନରେ, ବୁଦ୍ଧ ମନ୍ଦିର ସଭାଗୃହରେ ମହାବୋଧି ସମିତି ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବିଶିଷ୍ଟ ଜୈନ ଧର୍ମଗୁରୁ ଆଚାର୍ଯ୍ୟ ଶ୍ରୀ ଅରବିନ୍ଦ ମୁନି ମତବ୍ୟକ୍ତ କରିଛନ୍ତି । ଆଜିର ସମାଜରେ ଛାତ୍ର, ଶିକ୍ଷକ, ଓକିଲ, ଡ଼ାକ୍ତର, ସରକାରୀ ଅଫିସର ହୁଅନ୍ତୁ ବା ବଡ଼ ଆଇଏଏସ୍ ଅଫିସର ହୁଅନ୍ତୁ, ପ୍ରାଚୁର୍ଯ୍ୟ ମଧ୍ୟରେ ରହି ମଧ୍ୟ ଚାପଗ୍ରସ୍ତରେ ରହୁଛନ୍ତି । ଏହାର ନିରାକରଣ କେବଳ ସରଳ ଧ୍ୟାନ ମାଧ୍ୟମରେ ହୋଇପାରିବ ବୋଲି ଜୈନମୁନି କହିଥିଲେ । କିନ୍ତୁ ବର୍ତ୍ତମାନର ସମାଜରେ ସମସ୍ତଙ୍କ ପାଖରେ ସମୟର ଅଭାବ । ନିଜକୁ ଓ ପରିବାରକୁ ସୁଖୀ ରଖିବାକୁ ଚାହୁଁଥିବା ପୁରୁଷ ହୁଅନ୍ତୁ ବା ସ୍ତ୍ରୀ ୨୪ ଘଣ୍ଟାରୁ ୨୪ ମିନିଟ୍ ନିଜ ଶରୀର ଓ ନିଜ ପରିବାରର ଖୁସି ପାଇଁ ସମୟ ବାହାର କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ଡଃ ସୌରେନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସଭ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜୈନ ଆଚାର୍ଯ୍ୟଙ୍କ ସଂକ୍ଷିପ୍ତ ପରିଚୟ ଓ ବିଦ୍ୟାଳୟର ଅଧ୍ୟକ୍ଷ ଶିଶୁ ଗୋସ୍ୱାମୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସଭାପତି ନରେନ୍ଦ୍ର କୁମାର ମିଶ୍ର, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି ଗଭର୍ଣ୍ଣିଂ ବଡ଼ି ସଦସ୍ୟ ସିଦ୍ଧାର୍ଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ