ଚାପ ମୁକ୍ତ ରହିବାର ସରଳ ଉପାୟ
ପ୍ରତି ୧୬ ଜଣରେ ୭ ଜଣ ବ୍ୟକ୍ତି ମାନସିକ ଚାପରେ ରହୁଥିବାର ସର୍ବେକ୍ଷଣରୁ ଜଣାପଡ଼ିଛି । ଚାପକୁ କମ୍ କରିବା ନିମନ୍ତେ ସରଳ ଘରୋଇ ଉପଚାରକୁ ପାଳନ କଲେ ହିଁ ଲାଭବାନ ହୋଇପାରିବେ । ଅନ୍ୟ କାହାର ଆଦେଶ କିମ୍ବା ଉପଦେଶକୁ ବାଧ୍ୟତାମୂଳକ ଭାବେ ମାନିଲେ କୌଣସି ଭଲ ଫଳମିଳିନଥାଏ । ବରଂ ନିଜ ନିଷ୍ପତ୍ତି ନେଇ ଆଗକୁ ବଢ଼ନ୍ତୁ । ସକାଳୁ ଉଠିବା ପରେ କିଛି ସମୟ ମନ ପସନ୍ଦର ଗୀତ ଶୁଣନ୍ତୁ । ନଚେତ ବାଲକୋନିରେ ଚଲାବୁଲା କରନ୍ତୁ । ଦେଖିବେ ଏଭଳି ଅଭ୍ୟାସରେ ଆପଣଙ୍କୁ ଖୁବ ଫୂର୍ତ୍ତି ଲାଗିବ । କୌଣସି ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖି ମନ ଖୁସି କରନ୍ତୁ । ହସିଲେ ହିଁ ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ହାତ, ପାଦ ଓ ମୁଣ୍ଡ ନିୟମିତ ମାଲିସ କରନ୍ତୁ । ମାନସିକ ଚାପ କମ୍ କରିବାର ଏହା ମଧ୍ୟ ସରଳ ଉପାୟ ବୋଲି ଗବେଷକଙ୍କ ମତ ।