ଚାମୁଣ୍ଡାଦେବୀ ମନ୍ଦିରରେ ବିଦେଶୀ ପର୍ଯ୍ୟଟକ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦେଲେ ସ୍ୱାମୀ ଶଙ୍କରାନନ୍ଦ ଶଶି

ଦିଗପହଣ୍ଡ: ଉକଣ୍ଠ ଚାଙ୍ଗୁଡିଦେଇ ପାହାଡ ପର୍ବତ ମାଳାରେ ଥିବା ମାଁ ଚାମୁଣ୍ଡେଶ୍ୱରୀ ଶକ୍ତି ପୀଠରେ ଗତ ୧ ତାରିଖରୁ ଆରମ୍ଭ ହୋଇଯାଇଥିବା ବିଶ୍ୱଶାନ୍ତି ମହାଯଜ୍ଞକୁ ନେଇ ମନ୍ଦିର ପରିସର ଚଳଚଞ୍ଚଳ ହୋଇ ଉଠିଛି । ଗମନାଗମନର ସୁବନ୍ଦୋବସ୍ତ ରହିଥିବା ପାହାଡ ଉପରେ ଏହି ମନ୍ଦିରରେ ଯଜ୍ଞକୁ ନେଇ ସର୍ବଦା ଲୋକାରଣ୍ୟ ପରିଲଖିତ ହେଉଛି । ଋଷିକେଶ ସ୍ଥିତ କ୍ରିୟାରୋଗ ଆଶ୍ରମର ସାଧୁ ସ୍ୱାମୀ ଶଙ୍କରାନନ୍ଦ ସ୍ୱାମୀଙ୍କ ସହିତ ଡେନମାର୍କର ୩ ଜଣ ବିଦେଶୀ ପର୍ଯ୍ୟଟକ ସୋମବାର ମହା ଯଜ୍ଞରେ ଯୋଗଦାନ ଦେଇଥିଲେ । ଭୁପୃଷ୍ଠରୁ ଉଚ୍ଚତାରେ ରହିଥିବା ଏହି ମନ୍ଦିରକୁ ସାଧୁଙ୍କୁ ଦୋଳା କରି ସ୍ୱେଚ୍ଛାସେବୀ ମାନେ ନେଇଥିଲେ । ପରେ ସ୍ୱାମୀ ଶଙ୍କରାନନ୍ଦ ଶଶି ସେଠାରେ ପୂଜାର୍ଚ୍ଚନା କରିଥିଲେ । ମହେନ୍ଦ୍ରଗିରି ଆଶ୍ରମର ସାଧୁ ଭାଷ୍କର ତୀର୍ଥ ଲକ୍ଷ୍ମୀ ବାବାଙ୍କ ତତ୍ତ୍ୱାବଧାନରେ ଚଣ୍ଡୀ ପାଠ କରାଯିବା ସହିତ ସେଠାରେ ରିତିନିତୀ ମୁତାବକ ହୋମ ଯଜ୍ଞ ଆଦି କରାଯାଉଛି । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସନ୍ଧ୍ୟାସମୟରେ ସହରବାସୀଙ୍କ ସମେତ ଆଖପାଖ ଗ୍ରାମାଞ୍ଚଳର ଶ୍ରଦ୍ଧାଳୁଙ୍କ ସ ମାଗମ ଦେଖିବାକୁ ମିଳୁଛି । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ମିଲନ ପାଣିଗ୍ରାହୀ, ସୀତାରାମ ପାଣିଗ୍ରାହୀ, ଅନୀଲ ସାହୁ, ସୁରେନ୍ଦ୍ର ପଟ୍ଟନାୟକ, ପହଲା ସ୍ୱାଇଁ, ବାବୁନି ସାବତ, ଶିବ ରଥ, ଶଙ୍କର୍ଷଣ ରଥ, ବଣ୍ଟି ପଣ୍ଡା, ରାକେଶ ପଶୁପାଳକ, ସମୀରକାନ୍ତ ତ୍ରିପାଠୀ, ବିଘ୍ନରାଜ ପାଣିଗ୍ରାହୀ, କାଳିଆ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ