ଚାମୁଣ୍ଡେଶ୍ୱରୀ ପୀଠରେ ବିଶ୍ୱ କଲ୍ୟାଣ ବାସନ୍ତିକ ଚଣ୍ଡି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ଦିଗପହଣ୍ଡି : ସହର ଉପକଣ୍ଠରେ ରହିଥିବା ମାଁ ଚାମୁଣ୍ଡା ଦେବୀ ପୀଠ ପ୍ରାଙ୍ଗଣରେ ଶନିବାର ଅପରାହ୍ନରେ ବିଶ୍ୱ କଲ୍ୟାଣ ବାସନ୍ତିକ ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧୁ ଭାଷ୍କର ତୀର୍ଥ ଲକ୍ଷ୍ମୀ ବାବାଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ମିଲନ କୁମାର ପାଣିଗ୍ରାହୀ, ଉପଦେଷ୍ଟା ସମୀରକାନ୍ତ ତ୍ରିପାଠୀ, ବିଘ୍ନରାଜ ପାଣିଗ୍ରାହୀ, ଅମରଦୀପ୍ ବଣ୍ଟି ପଣ୍ଡା, ଅଜୟ ପ୍ରଧାନ,ସ୍ୱାଗତ ପଣ୍ଡା, ସୁମିତ୍ ପଟ୍ଟନାୟକ, ପହଲା ସ୍ୱାଇଁ, ଦେବାଶିଷ ପାଣିଗ୍ରାହୀ, ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଗତ ବର୍ଷ ମନ୍ଦିରରେ ମାଁଙ୍କ ପ୍ରତିମୂର୍ତ୍ତି ଓ ପାଶ୍ୱର୍ ଦେବତା ସ୍ଥାପନ ହେବା ପରେ ମନ୍ଦିର ଉପରକୁ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍ ସଂଯୋଗୀ କରଣ କରାଯାଇଥିଲା । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଁଙ୍କ ପୀଠରେ ବିଶ୍ୱ କଲ୍ୟାଣ ବାସନ୍ତିକ ଚଣ୍ଡି ମହାଯଜ୍ଞ ଏବଂ ମାଁଙ୍କ ବାର୍ଷିକ ବାସନ୍ତିକ ଯାତ୍ରା କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ମହାଯଜ୍ଞ ୯ ଦିନ ବ୍ୟାପି ଚାଲିବ ବୋଲି ସୂଚନା ଦିଆଯାଇଥିଲା । ଅପ୍ରେଲ ୪ ତାରିଖରୁ ୧୩ ତାରିଖ ଯାଏଁ ମହାଯଜ୍ଞ ଚାଲିବାକୁ ଥିବା ବେଳେ ଯାତ୍ରାରମ୍ଭ ଦିନ କଳଷ ଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାଯାଇଥିଲା । ଆଉ ମାତ୍ର କିଛି ଦିନ ରହିଥିବା ହେତୁ ବ୍ୟାପକ ବନ୍ଦୋବସ୍ତ ଲାଗି ସହରବାସୀଙ୍କୁ ସହେଯାଗ କରିବା ପାଇଁ ଆହ୍ୱାନ୍ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପି.କ୍ରୀଷ୍ଣା, ରାକେଶ ପଶୁପାଳକ, ସୀତାରାମ ପାଣିଗ୍ରାହୀ, ରଘୁନାଥ ପାଣିଗ୍ରାହୀ, ସୂର୍ଯ୍ୟ ମହାନ୍ତି, ବାବୁନି ସାବତ, ଶଙ୍କର୍ଷଣ ରଥ, କାଳୁ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ