ଚାରା ରୋପଣ ସହ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ପନିପରିବା ବିହନ ବଣ୍ଟନ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହଳଦୀପଦା ଗ୍ରାମର ପ୍ରଦୀପ ପାଣିଗ୍ରାହୀଙ୍କୁ ୟୁଏସ୍ଆଇ ସଂଗଠନ ପକ୍ଷରୁ ଲେମ୍ବୁ ଗଛ,ମକା ବିହନ,ହରଡ଼ ବିହନ,ଭେଣ୍ଡି,କଲରା,ଜହ୍ନି ବିହନ ପ୍ରଦାନ କରାଯାଇଛି |ଜାରକା ନିବାସୀ ମହେଶ୍ବର ରଥଙ୍କ ବାଡ଼ିରେ ପିଜୁଳି ଗଛ ରୋପଣ ୟୁଏସ୍ଆଇ ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି |ସେହିପରି ଧର୍ମଶାଳା କମାଗଡ଼ ଗ୍ରାମପଞ୍ଚାୟତ ଗୋପାଳ ଶତପଥୀଙ୍କୁ ପିଜୁଳି,କାଞ୍ଚନ,ପପେୟା ଚାରା ସଂଗଠନ ପକ୍ଷରୁ ଯୋଗାଇ ଦିଆଯାଇଛି |ମୟୂରଭଞ୍ଜ ଜିଲା ୟୁଏସ୍ଆଇ ସଂଗଠନ ପକ୍ଷରୁ ବିଭିନ୍ନ ଚାରା ରୋପଣ କାର୍ଯ୍ୟକ୍ରମ ଚାଲିଥିଲାବେଳେ ମୟୁରଭଞ୍ଜ,ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ସଂଗଠନ ପକ୍ଷରୁ ୯,୭୭୦ ଗୋଟି ଚାରା ରୋପଣ ହୋଇଛି |ଜାମଦା ବ୍ଲକ ଦୁମାଡ଼ିହି ଗାଁ ଶୁକଦେବ ସର୍ଦ୍ଦାରଙ୍କ ବାଡ଼ିରେ ୧୦ଗୋଟି ଚାରା ୟୁଏସ୍ଆଇର କୁନି ସଦସ୍ୟା ପକ୍ଷାନ୍ବିତା ଶତପଥୀଙ୍କ ଉପସ୍ଥିତିରେ ରୋପଣ କରାଯାଇଛି |ଏଥି ସହ ୟୁଏସ୍ଆଇ ସଂଗଠନ ପକ୍ଷରୁ ଜାମଦା ବ୍ଲକର ହେଁସଡ଼ା ଗ୍ରାମ ପଞ୍ଚାଚାୟତର ଚାନ୍ଦିଖମନ ଗ୍ରାମ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ୧୦ ଜଣ ଚାଷୀଙ୍କୁ ୪କେଜି ମକା ବିହନ ବଣ୍ଟନ କରିବା ସହ ‘ୟୁଏସ୍ଆଇ କାର୍ଡ’ ୟୁଏସ୍ଆଇ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ଓ ମୁଖ୍ୟ ଅତିଥୀ ୧୭ ନମ୍ବର ଜୋନ୍ ଜାମଦାର ଜିଲ୍ଲା ପରିଷଦ ପୂର୍ଣ୍ଣ ଚନ୍ଦ୍ର ମାର୍ଣ୍ଣି ଯୋଗ ଦେଇ ପ୍ରଦାନ କରିଛନ୍ତି | ଜାନୁୟାରୀ ମାସରୁ ଆଜି ସୁଦ୍ଧା ମୋଟ ୮୦ ଜଣ ଚାଷୀଙ୍କୁ ପନିପରିବା ବିହନ,ଶାଗ ବିହନ ପ୍ରଦାନ କରାଯାଇପାରିଛି |ଏସବୁ କାର୍ଯ୍ୟ ପାଇଁ ସଂଗଠନର ଅଧ୍ୟକ୍ଷ ବନୋଜ ତ୍ରିପାଠୀ,ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ର ଡଃ ରଶ୍ମିରେଖା ସାହୁ,ପ୍ରତିଷ୍ଠାତା ଅଖିଲ୍ କୁମାର ସାହୁ, ଆବାହକ ପ୍ରତୀକ୍ଷା ମିଶ୍ର,କୋଷାଧ୍ୟକ୍ଷ ଅତୁଲବାଳା ଦାଶ, ସଂଯୋଜିକା ପିଙ୍କି ଶତପଥୀଙ୍କ ସହଯୋଗରେ ଚାରା କିଣାଯାଇ ଏବଂ ସଂଯୋଜକ ପ୍ରଶ୍ନ କୁମାର ଶତପଥୀଙ୍କ ଦ୍ବାରା ସେ ବିଭିନ୍ନ ଚାରା ପ୍ରସ୍ତୁତ କରାଯାଇ ମୟୂରଭଞ୍ଜ,ଯାଜପୁର,ଢେଙ୍କାନାଳ,କେନ୍ଦୁଝର ର ବିଭିନ୍ନ ବ୍ଲକ ଅଞ୍ଚଳରେ ଚାରା ରୋପଣ କରାଯାଉଛି ଓ ଉନ୍ନତ ମାନର ବିଭିନ୍ନ ପନିପରିବା ବିହନ ଯୋଗାଇ ଦିଆଯାଉଛି |