ଚାରା ରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ଧାମନଗର, (ସନ୍ତୋଷ କୁମାର ପ୍ରଧାନ):ଧାମନଗର ବ୍ଲକ ଖଡ଼ିପଦା ପଞ୍ଚୟତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ଉପଲକ୍ଷେ ପରିବେଶକୁ ସବୁଜ ସୁନ୍ଦର କରିବା ଉଦ୍ଦେଶ୍ୟରେ ଡ଼. ଏପିଜେ ଅବଦୁଲ କଲାମ ଟ୍ରଷ୍ଟ(ମାଧବ ସେବାର ଅନ୍ୟ ପ୍ରୟାସ)ପକ୍ଷରୁ ଏକ ବୃକ୍ଷ ରୋପଣ ଓ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଭିଡ ସମୟରେ ଅକ୍ସିଜେନ କମ ହେବା କାରଣରୁ ବହୁ ଲୋକ ନୀତିଦିନ ମରଣ ମୁହଁକୁ ଯାଉଥିବାରୁ ଗଛ ଲଗାଇବାକୁ ସଚେତନତା କରାଇଥିଲେ। ସ୍ଥାନୀୟ ରାସ୍ତାରେ କଡର ୨ପାର୍ଶ୍ଵରେ ୫୦ରୁ ଉର୍ଦ୍ଧ୍ବ ଗଛ ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧାମନଗର ରେଞ୍ଜର କୃଷ୍ଣ ସିଂ, ଫରେଷ୍ଟର ରାଜକିଶୋର ନାୟକ ଏବଂ ଟ୍ରଷ୍ଟର ସଭାପତି ଜତୀନ୍ଦ୍ର ତରାଇ, ସମ୍ପାଦକ ଲକ୍ଷ୍ମଣ ଜେନା, ଆଇନଜୀବୀ ଅଞ୍ଜନ ସାହୁ, ସମାଜ ସେବୀ ଅରୁପ ନନ୍ଦ, ମାନସ ସାହୁ, ଅଭିଷେକ ପାଣିଗ୍ରାହୀ, ସାମ୍ବାଦିକ ସରୋଜ ଦାସ, ଟ୍ରଷ୍ଟର ସଦସ୍ୟ ଅରୁଣ ପୃଷ୍ଟି, କିଶୋର ପଣ୍ଡା, ତ୍ରିନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ