ଚାରିଆଡ଼େ କରୋନା ଆତଙ୍କ : ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଦେଖି ଛାନିଆ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱର ଜନସାଧାରଣ ଚିନ୍ତିତ । ଭାରତ ସମେର ଏହାର ଅନେକ ରାଜ୍ୟରେ ଏହି ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଏହାର ଭୟାବହତାକୁ ଦେଖି ଅଂଚଳବାସୀ ଭୟଭୀତ ଅଛନ୍ତି । ବାହାର ରାଜ୍ୟରୁ ଗ୍ୟା ମୁହାଁ ହେଉଥିବା ଲୋକଙ୍କୁ ୧୦୪ ନିଶୁଳ୍କ ନମ୍ବରରେ ନିଜ ନାମ ପଂଜିକରଣ କରିବା ସକାଶେ ସରକାର ପରାମର୍ଶ ଦେଇଛନ୍ତି । ଏଥିରେ ପଂଜିକୃତ ସଂଖା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ନେଇ ଅଂଚଳବାସୀ ଛାନିଆ ହେବାରେ ଲାଗିଛନ୍ତି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ସହସ୍ରାଧିକ ବ୍ୟକ୍ତି ଦାଦନ ଖଟିବା ସକାଶେ କେରଳ, ତାମିଲନାଡ଼ୁ, ଗୁଜୁରାଟ ଓ ମହାରାଷ୍ଟ୍ର ରାଜ୍ୟକୁ ଯାଉଛନ୍ତି । ବର୍ଷକରେ ଥରେ ପ୍ରାୟତଃ ଚୈତ୍ର ମାସରେ ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତି ମାନେ ଗାଁ କୁ ଫେରିଥାନ୍ତି । କାହିଁକି ନା ଚୈତ୍ର ମାସରେ ଗଂଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଥାଏ । ମାନସିକ ଧାରୀ ଦଣ୍ଡଭୁକ୍ତା ମାନେ ଦଣ୍ଡଯାତ୍ରାରେ ନିଜକୁ ସାମିଲ କରିବା ସକାଶେ ଏହି ମାସରେ ରାଜ୍ୟ ବାହାରୁ ଗାଁ କୁ ଫେରିଥାନ୍ତି । ବର୍ତମାନ ସାରା ଦେଶ କରୋନାରେ ପ୍ରଭାବିତ । ଏହାର ଭୟରେ ମଧ୍ୟ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତି ଗାଁ ମୁହାଁ ହେବାରେ ଲାଗିଛନ୍ତି । ଅଧିକରୁ ଅଧିକ କେରଳ, ତାମିଲନାଡ଼ୁ ଓ ଗୁଜୁରାଟରେ କାମ କରୁଥିବାବେଳେ ବର୍ତମାନ ଘର ବାହୁଡ଼ା । ବର୍ତମାନ ଏହି ଭାଇରସ୍ ଅଧିକ କେରଳ ଓ ମହାରାଷ୍ଟ୍ରରୁ ମିଳୁଥିବା ବେଳେ ଏମାନଙ୍କ ଘର ବାହୁଡ଼ା ଦେଖି ସମସ୍ତେ ଛାନିଆ ହୋଇ ପଡ଼ିଛନ୍ତି । ସଂପୃକ୍ତ ବ୍ୟକ୍ତି ମାନେ ଗାଁ କୁ ଫେରି ଆସୁ ଆସୁ ପ୍ରଥମେ ପରୀକ୍ଷା କରିଛ କି ନାହିଁ ବୋଲି ପ୍ରଶ୍ନ କରାଯାଉଛି । ଗ୍ରମାବାସୀଙ୍କ ପକ୍ଷରୁ ସର୍ବ ପ୍ରଥମେ ପରୀକ୍ଷା କରିବା ପାଇଁ ଚାପ ପ୍ରୟୋଗ କରାଯାଉଛି । ଲୋକଙ୍କ ଏପରି ବ୍ୟବହାରରେ ଓ ଭାଇରସ୍ ଭୟରେ ନି ନାମ ପଂଜିକରଣ କରିବାକୁ ଭୟ କରୁଥିବା ବ୍ୟକ୍ତି ମାନେ ବର୍ତମାନ ମାନସିକ ଚାପରେ ଥିବା ଭଳି ମନେହେଉଛି । ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ୧୪୪ ଧାରା ଉଠାଯାଇଥିଲେ ମଧ୍ୟ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଦୋକାନ ବଜାର ଏବେ ବି ବନ୍ଦ ରହିଛି । ଲୋକଙ୍କ ମନରେ ଅକୁହା ଭୟ । ସହରର ସମସ୍ତ ଦେବା, ଦେବୀ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମଧ୍ୟ ବନ୍ଦ ରହିଛି । ହିଂଜିଳି ପୋଲିସ, ବ୍ଳକ ଓ ତହସିଲ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି । କରୋନା ଭାଇରସ୍ ପ୍ରତି ଭୟଭୀତ ନହୋଇ ଧର୍ଯ୍ୟର ସହ ନିଜକୁ ଜନଗହଳି ଠାରୁ ଦୂରେଇ ରଖିବା ସହ ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ପାଳନ କରିବା ସକାଶେ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ