ଚାରିଗାଁ ପଂଚାୟତକୁ ସଂପୂର୍ଣ୍ଣ ସାନିଟାଇଜ କରାଗଲା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଚାରିଗାଁ ପଂଚାୟତର ସମଗ୍ର ଗ୍ରାମକୁ ସାନିଟାଇଜ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସାନିଟାଇଜସେନ କାର୍ଯ୍ୟକ୍ରମରେ ବିଡିଓ ସୁଧିର କୁମାର ସିଂ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ସହକାରୀ ଯନ୍ତ୍ରୀ ପରମାନନ୍ଦ ବେହେରା, ଚାରିଗାଁ ସରପଂଚ ଭାରତୀ ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ବିନାୟକ ମିଶ୍ର, ହେମନ୍ତ ମଲ୍ଲିକ, ଅନନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କରୋନା ଭୂତାଣୁ ଜନିତ ସଂକ୍ରମଣ ଆଶଙ୍କାରେ ଲୋକମାନେ ଆତଙ୍କିତ ଥିବାରୁ ପଂଚାୟତର ସମସ୍ତ ଗ୍ରାମକୁ ସାନିଟାଇଜ କରାଯିବାରୁ ପଂଚାୟତବାସୀ ଆସ୍ୱସ୍ତ ହୋଇଛନ୍ତି । କେନ୍ଦ୍ରାପଡାର ସହକାରୀ ଅଗ୍ନିଶମ ଅଧିକାରୀ ବିରଭଦ୍ର ଟୁଡୁଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀମାନେ ସମଗ୍ର ପଂଚାୟତକୁ ସ୍ପ୍ରେକରି ସାନିଟାଇଜ କରିଛନ୍ତି ।