ଚାରିଗାଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ମକ୍‌ଡ୍ରିଲ୍‌

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଓସ୍‌ଡମ୍‌ା ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ବନ୍ତ ବ୍ଲକ ଚାରିଗାଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳରେ ରବିବାର ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ ସମିତି ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର ପ୍ରତ୍ୟେକ୍ଷ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ଶୁଭଦର୍ଶନ ମିଶ୍ର, ଡି.ପି.ଓ(ଡି.ଆର୍‌.ଏମ୍‌) ଅମ୍ଳାନ ସେନାପତି, ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନା, ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ତଥା ସରପଞ୍ଚ ଗୀତିକା ଭୋଇ, ସମ୍ପାଦକ ରଥ ବେହେରା, ସମିତି ସଭ୍ୟ ଧରଣୀଧର କର, ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର ସମ୍ପାଦକ ଗୋପିନାଥ ଦାଶ, ତାଲିମ ସଂଯୋଜକ ପ୍ରଦୀପ ଜେନା, କାର୍ଯ୍ୟକାରୀ ସମ୍ପାଦକ ନୃସିଂହ ମହାନ୍ତି ଉପସ୍ଥିତ ରହି ମକ୍‌ଡ୍ରିଲ ପରିଚାଳନା କରିଥିଲେ । ଅଗ୍ନିଶମ ବାହିନୀର ମୁଖ୍ୟ ସଞ୍ଜୀବ୍ କୁମାର ପ୍ରଧାନ, ଆଗରପଡା ଏନ୍‌.ଡି.ଆର୍‌.ଏଫ୍ ଟିମ୍‌ର ଏସ୍‌.ଏସ୍‌. ସୁମନ୍‌, ବି.କେ. ମୀନା, ଏମ୍‌.କେ.ଚୌଧୁରୀ, ଆର୍‌.ଏନ୍‌. ବେହେରା, ଜି.କେ ପାଲଙ୍କ ନେତୃତ୍ୱରେ ବାତ୍ୟାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ସଚେତନତା କରାଯିବା ସହ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା, ଥଇଥାନ ସମ୍ପର୍କରେ ମକ୍‌ଡ୍ରିଲ୍ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ