ଚାରିଗାଁ ବାତ୍ୟାସ୍ଥଳରେ ମକ୍ଡ୍ରିଲ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଚାରିଗାଁ ଠାରେ ପ୍ରତିଷ୍ଠିତ ବାତ୍ୟାସ୍ଥଳରେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ସଂସ୍ଥା ତଥା ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏକ ମକ୍ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗରପଡା ଦମକଳ କେନ୍ଦ୍ରର ମୁଖ୍ୟ ଆଗ୍ନିକ ମଧୁସୂଦନ ମହାନ୍ତିଙ୍କ ନେତୃତ୍ୱରେ ଦମକଳ କେନ୍ଦ୍ରର ସିଦ୍ଧିଲାଲ ମୁର୍ମୁ, ରାମ ଚନ୍ଦ୍ର ସ୍ୱାଇଁ, ଇନ୍ଦ୍ରଜିତ୍ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ । ଏଥିରେ ପରିଚାଳନା କମିଟିର ସଦସ୍ୟ ଓ ବନ୍ୟାଶ୍ରୟ ଯୁବବାହିନୀ କମିଟିର ସଦସ୍ୟସଦସ୍ୟା ମାନଙ୍କୁ ବିଭିନ୍ନ ଯାନ୍ତ୍ରୀକ କଳାକୌଶଳ ସଂପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସରପଞ୍ଚ ବନମାଳି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଚାରିଗାଁ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଚିକିତ୍ସାଧିକାରୀ ଅଜୟ କୁମାର ଷେଣ୍ଢ, ସମିତିସଭ୍ୟ ରାମ ଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ଗୋଲକ ବିହାରୀ ପୃଷ୍ଟି ଯୋଗଦାନ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଫଳ ମୁକାବିଲା କରିବା ନେଇ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । କମିଟିର ସଂପାଦକ ତଥା ଶିକ୍ଷାବିତ୍ ରଥ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱନାଥ ଜେନା, ରମେଶ ଯେନା, ମୂରଲୀଧର ଯେନା, ଖଗେଶ୍ୱର ଯେନା, ଗଣେଶ ଯେନା, ରବିନ୍ଦ୍ର ଯେନା, ଆନନ୍ଦ ଯେନା, ରଂଜନ ସାହୁ, ଲକ୍ଷ୍ମଣ ସାହୁ, ଅନିରୁଦ୍ଧ ସାହୁ, ସନାତନ ରାଉଳ, ଯୋଗେନ୍ଦ୍ର ରାଉଳ ପ୍ରମୁଖ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ