ଚାରିଛକରେ ଏଟିଏମ୍ ସେବା ଠପ୍

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): ଫାନି ବାତ୍ୟାକୁ ୨୮ଦିନ ବିତିଯାଇଥିଲେ ମଧ୍ୟ ଚାରିଛକ ଅଞ୍ଚଳରେ ଏଟିଏମ୍ ଗୁଡିକ କାର୍ଯ୍ୟକ୍ଷମ ହୋଇପାରିନାହିଁ । ବାତ୍ୟାର ପରିସ୍ଥିତି ସାମାନ୍ୟ ସୁଧୁରିଥିବା ବେଳେ ଚାରିଛକ ବଜାରରେ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୫ଟି ଏଟିଏମ୍ ମଧ୍ୟରୁ ଗୋଟିଏ ଘରୋଇ ଏଟିଏମ୍ (ହିଟାଚି) କୁ ଛାଡିଦେଲେ ଅନ୍ୟ ସମସ୍ତ ଏଟିଏମ୍ ଆଜି ସୁଦ୍ଧା ବନ୍ଦ ରହିଛି । ପ୍ରବଳ ଖରା ଓ ତାତିକୁ ଖାତିର ନକରି ଲୋକେ ଏହି ଏଟିଏମ୍ ସମ୍ମୁଖରେ ଅତିରିକ୍ତ ସେବା କର ଦେଇ ଟଙ୍କା ଉଠାଉଥିବା ଶୁଣିବାକୁ ମିଳିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ତୁରନ୍ତ ଭ୍ରାମ୍ୟମାଣ ଏଟିଏମ୍ ସେବା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ