ଚାରିଛକ ଥାନାରେ ଏକ ମାସରେ ୧୭ ଟି ମାମଲା ରୁଜ୍ଜୁ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଥାନା ଉଦଘାଟନ ହେବାର ଏକମାସ ବିତିଛି ଏହି ଏକ ମାସ ମଧ୍ୟରେ ଚାରିଛକ ଥାନାରେ ୧୭ ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୦୨ ଟି ପି ଆର ଦିଆଯାଇ ଜୋରିମାନା ଆଦାୟ ହୋଇଥିବା ଥାନା ଅଧିକାରୀ ମମତା ବିଶ୍ଵାଳ ସୂଚନା ଦେଇଛନ୍ତି ।ରାଜ୍ୟ ସରକାର ଙ୍କ ତରଫରୁ ଗତବର୍ଷ ୩୬ ଟି ନୂତନ ଥାନା ହେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ଏହି ପରିପ୍ରେକ୍ଷିରେ ଚାରିଛକ ଠାରେ ଗତ ଜାନୁୟାରୀ ୯ ତାରିଖରେ ଥାନା ଉଦଘାଟନ ହୋଇଥିଲା ।ନୂତନ ଥାନା ରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଣେ ଦକ୍ଷ ମହିଳା ଥାନା ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ।ସେ କାର୍ଯ୍ୟରେ ଯୋଗ ଦେବାପରେ ଚାରିଛକ ବଜାର ଠାରେ ଟ୍ରାଫିକ ବ୍ୟବସ୍ଥା ସୁଧୁରିଛି । ନିଶାଦ୍ରବ୍ୟ ର ଚୋରା କାରବାର ,ଚୋରି, ଡକାୟତି କୁ ନିୟନ୍ତ୍ରଣ କରାଯାଇପାରିଛି। ପୋଲିସ ପକ୍ଷରୁ ରାତ୍ର ପେଟ୍ରୋଲିଙ୍ଗ କୁ କଡାକଡି କରାଯାଇଛି ।ରାସ୍ତା ଉପରେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଥିବା ଗାଡ଼ି ଚାଳକ ଙ୍କ ବିରୋଧରେ ପି ଆର ଜରିଆରେ ଫାଇନ କାଟିବାରୁ ଦୁଇ ଚକିଆ ଗାଡ଼ି ରାସ୍ତା ଉପରେ ରଖିବା ସଂଖ୍ୟା କମିଛି । ଥାନା ଅଧିକାରୀ ନିଜେ ବାଇକ ଚଳାଇ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ଦେଖିବାକୁ ମିଳିଛି । କୌଣସି ଅଭିଯୋଗ ପାଇଲେ ସେ ଘଟଣା ସ୍ଥଳକୁ ଯାଇ ନିଜେ ଅଭିଯୋଗ ର ତଦନ୍ତ କରୁଥିବା ଦେଖାଯାଇଛି ।ଗତ କାଲି ରାତି ରେ ଚାରିଛକ – ନୟାହାଟ ମୁଖ୍ୟ ରାସ୍ତା ର ତୁଳସୀପୁର ଠାରେ ଏକ ବର ଗଛ ରାସ୍ତା ଉପରକୁ ଉପୁଡ଼ି ପଡିବାରୁ ରାସ୍ତା ଅବରୋଧ ସମସ୍ୟା ସୃଷ୍ଟି ହୋଇଥିଲା । ରାସ୍ତା ରେ ଯାନବାହାନ ଚଳାଚଳ ହୋଇ ପାରିନଥିଲା। ଖବର ପାଇ ଥାନା ଅଧିକାରୀ ମମତା ବିଶ୍ଵାଳ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ସେବା ବାହିନୀ କର୍ମଚାରୀଙ୍କ ସହଯୋଗରେ ଗଛକୁ କାଟି ରାସ୍ତା ଅବରୋଧ କୁ ହଟାଇଥିଲେ ।ତାଙ୍କର ଏପରି କାର୍ଯ୍ୟକୁ ବିଭିନ୍ନ ମହଲ ରୁ ସ୍ବାଗତ କରାଯାଇଛି ।


