ଚାରିଛକ ଥାନା ରେ ଆମ ପୋଲିସ କାର୍ଯ୍ୟକ୍ରମ ଓ ବରିଷ୍ଠ ନାଗରିକ ଙ୍କୁ ପରିଚୟପତ୍ର ବଣ୍ଟନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅନ୍ତର୍ଗତ ଚାରିଛକ ଥାନାର ଏକ ବର୍ଷ ପୂର୍ତ୍ତି ପାଳନ ଅବସର ରେ ଥାନା ଅଧିକାରୀ ଶ୍ରୀମତୀ ମମତା ବିଶ୍ୱାଳ ଙ୍କ ନେତୃତ୍ୱରେ ଥାନା ପରିସର ମଧ୍ୟରେ ଆମ ପୋଲିସ କାର୍ଯ୍ୟକ୍ରମ ସହିତ ଚାରିଛକ ଅଞ୍ଚଳର ୩୭ ଜଣ ବରିଷ୍ଠ ନାଗରିକ ମାନଙ୍କୁ ମୁଖ୍ୟ ଅତିଥି ନିମାପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ପରିଚୟ ପତ୍ର ପ୍ରଦାନ କରିଥିଲେ ।ପୋଲିସ ଓ ସାଧାରଣ ଲୋକ ମାନଙ୍କ ମଧ୍ୟରେ ସୁ ସମ୍ପର୍କ ରହିବା ସହ ସହଯୋଗ ର ଆବଶ୍ୟକତା ଅଛି ବୋଲି ମୁଖ୍ୟ ଅତିଥି କହିଥିଲେ । ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ସୁରକ୍ଷା ଦେବା ସହ ଟ୍ରାଫିକ ସମସ୍ୟା ଓ ଅପରାଧ ନିୟନ୍ତ୍ରଣ ଉପରେ କାର୍ଯ୍ୟ କରିବାକୁ ମୁଖ୍ୟ ଅତିଥି ଚାରିଛକ ଥାନା ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ ।ଚାରିଛକ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଥାନା ରେ ବ୍ୟାରେକ ,କର୍ମଚାରୀ ମାନଙ୍କ ପାଇଁ ଘର ନିର୍ମାଣ କରିବାକୁ ପୂର୍ବତନ ଜିଲା ପରିଷଦ ସଭ୍ୟ ପୂର୍ଣଚନ୍ଦ୍ର ଓଝା କହିଥିଲେ । ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଚାରିଛକ ପ୍ରେସ କ୍ଲବ ,ମହର୍ଷି ମାୟାଧର ଦାସ ବରିଷ୍ଠ ନାଗରିକ ମଞ୍ଚ ,ଓ କବିରାଜ କୁଳମଣି ସାହୁ ମେମୋରିୟାଲ ଟ୍ରଷ୍ଟ ପକ୍ଷରୁ ଥାନା ଅଧିକାରୀ ମମତା ବିଶ୍ୱାଳ ଓ ଏଏସଆଇ କୃଷ୍ଣଚନ୍ଦ୍ର ପୃଷ୍ଟି ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ନାନିତ କରାଯାଇଥିଲା । ଆମ ପୋଲିସ କାର୍ଯ୍ୟକ୍ରମ ରେ ପ୍ରଫେସର ସନ୍ତୋଷ ମିତ୍ର ସଭାପତିତ୍ୱ କରିଥିବା ବେଳେ ଡକ୍ଟର କେଦାରନାଥ ସାହୁ ପରିଚାଳନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦ୍ରକାନ୍ତ ଦଳାଇ , ସନାତନ ପାତ୍ର ,ଗୋପୀନାଥ କର ,ଗଙ୍ଗାଧର ବେହେରା ,ଅଜୟ ପରିଡା ,ସନ୍ତୋଷ ମେକାପ ,ଲଷ୍ମୀଧର ନାୟକ , ଚାରିଛକ ପ୍ରେସ କ୍ଲବ ସଭାପତି ଶିଶିର ସ୍ୱାଇଁ ,ଜୟନ୍ତ ସେଠୀ, ଦାମୋଦର ମିଶ୍ର ,ସର୍ବେଶ୍ୱର ମଲ୍ଲ ,କୃଷ୍ଣଚନ୍ଦ୍ର ସ୍ୱାଇଁ ,ମନୋଜ କୁମାର ନାୟକଙ୍କ ସହିତ ୧୦୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ,ସମାଜସେବୀ ,ବୁଦ୍ଧିଜୀବୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ