ଚାରିଛକ ପ୍ରେସ କ୍ଲବର ଚତୁର୍ଥ ବାର୍ଷିକ ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ପ୍ରେସ କ୍ଲବ ର ଚତୁର୍ଥ ବାର୍ଷିକ ଉତ୍ସବ ସଭାପତି ଶିଶିର କୁମାର ସ୍ୱାଇଁ ଙ୍କ ନେତୃତ୍ୱ ର ଚାରିଛକସ୍ଥିତ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସର ରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ , ସମ୍ନାନିତ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଂଘ ର ସଭାପତି କୈଳାସ ଚନ୍ଦ୍ର ନାୟକ ,ପୂର୍ବତନ ଜିଲାପରିଷଦ ସଭ୍ୟ ପୁର୍ଣଚନ୍ଦ୍ର ଓଝା , ଓଡିଶା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା, ପ୍ରଫେସର ଅରୁଣ କୁମାର ସ୍ବାଇଁ, ସମାଜସେବୀ ଅରୁଣ ସାହୁ , ଭୋଦର ପଞ୍ଚାୟତ ସରପଞ୍ଚ ଚାରୁଲତା ବେହେରା ପ୍ରମୁଖ ଯୋଗଦେଇଥିଲେ । ଅତିଥି ମାନେ ଶ୍ରୀ ଗଣେଶ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। କ୍ଲବର ଉପଦେଷ୍ଟା ସମାଜସେବୀ ସନାତନ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ବୟୋଜ୍ୟେଷ୍ଠ ସାମ୍ବାଦିକ ମାନଙ୍କ ପାଇଁ ସରକାର ମାସିକ ଭତ୍ତା ର ବ୍ୟବସ୍ଥା କରିବାକୁ ଦାବୀ ହୋଇଥିଲା। ମୁଖ୍ୟ ଅତିଥି ବିଧାୟକ ସମୀର ରଞ୍ଜନ ଦାଶ ଏକତ୍ରିତ ହୋଇ ସମସ୍ତ ସାମ୍ବାଦିକ ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନା କରିବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ।ପ୍ରେସ କ୍ଲବ ପକ୍ଷରୁ ନିରାଶ୍ରୟ ସେବାଶ୍ରମ ସଙ୍ଗଠନ , ଭଦ୍ରେସ୍ଵର ଝୋଟ ଶିଳ୍ପ,ଗୋପୀନାଥ କତା ହସ୍ତଶିଳ୍ପ ମହିଳା ଗ୍ରୁପ , ସ୍ଵରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ,ବରିଷ୍ଠ ନାଗରିକ ,ଖବର କାଗଜ ବିତରକ, ବିଭିନ୍ନ ଅଞ୍ଚଳ ର ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଚାରିଛକ ପ୍ରେସ କ୍ଲବର ଉପଦେଷ୍ଟା ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ, ସାଧାରଣ ସମ୍ପାଦକ କେଦାରନାଥ ସାହୁ ,ରଶ୍ମିରଞ୍ଜନ ସାହୁ ,ବସନ୍ତ କୁମାର ମଲ୍ଲ ,ପ୍ରତାପ ମଲ୍ଲିକ, ସନ୍ତୋଷ କୁମାର ଦାସ ,କୈଳାସ ଚନ୍ଦ୍ର ପାତ୍ର , ସୁଶ୍ରୀ ସରିତାଞ୍ଜଳି ନାୟକ, ଶଶିକାନ୍ତ ତ୍ରିପାଠୀ ,ଉମାକାନ୍ତ ଭୋଇ ,ଆଶିଷ କୁମାର ମିଶ୍ର ,ଜୀଵନ ଦାସ ,ରଞ୍ଜିତ କାଣ୍ଡି ,ମୃତ୍ୟୁଞ୍ଜୟ ମହାପାତ୍ର ,ବିନୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ । ଚାରିଛକ ପ୍ରେସ କ୍ଳବ୍ ସବୁବେଳେ ଚାରିଛକ ଅଞ୍ଚଳ ର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କ୍ଲବ୍ ର ସଭ୍ୟ, ସଭ୍ୟା ମାନେ ଶପଥ ନେଇଥିଲେ।


