ଚାରିଛକ ପ୍ରେସ କ୍ଲବ କୁ ପ୍ରକୃତି ମିତ୍ର ଓ ସାମ୍ୱାଦିକ ଜ୍ଞାନ ବିଶ୍ଵାଳ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର
ନିମାପଡା, (ସନ୍ତୋଷ ଦାଶ) :-ରବିବାର ଥିଲା ଜୁଲାଇ ୫ ତାରିଖ । ବିଶ୍ଵ ପରିବେଶ ଦିବସ । ଏହି ଅବସର ରେ ପୁରୀ ଜିଲ୍ଲା ର ପ୍ରତ୍ୟେକ ବ୍ଲକ ଅଞ୍ଚଳ ର ଜଣେ ସ୍ୱେଚ୍ଛାସେବୀ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଗୋଟିଏ ଅନୁଷ୍ଠାନ କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଯେଉଁ ବ୍ୟକ୍ତି ଓ ଅନୁଷ୍ଠାନ ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା ଆଦି କାର୍ଯ୍ୟ କରିଆସୁଛନ୍ତି ସେଭଳି ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି । ଚଳିତ ବର୍ଷ ପୁରୀ ଜିଲ୍ଲା ଚାରିଛକ ପ୍ରେସ କ୍ଲବ କୁ ନିମାପଡା ବ୍ଲକ ଅଞ୍ଚଳ ର ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରା ଯାଇଥିବାବେଳେ କାକଟପୁର ବ୍ଲକ ଅଞ୍ଚଳ ର ସାମ୍ୱାଦିକ ତଥା ଯୁବ ସମାଜସେବୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ କରାଯାଇଛି । ନିମାପଡା ବ୍ଲକ ଅଞ୍ଚଳ ର ପ୍ରମୋଦ କୁମାର ସାମନ୍ତରାୟ , ଗୋପ ବ୍ଲକ ଅଞ୍ଚଳ ର ବିଷ୍ଣୁ ମୋହନ ପ୍ରଧାନ, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ସରୋଜ କୁମାର ଜେନା ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଥିବା ବେଳେ ଗୋପ ବ୍ଲକ ଅଞ୍ଚଳ ର ଏରବଙ୍ଗ ନୋଡାଲ ହାଇସ୍କୁଲ, କାକଟପୁର ବ୍ଲକ ଅଞ୍ଚଳ ର ଗମ୍ଭାରିପଦା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ପାଟଳଦା ନୋଡାଲ ହାଇସ୍କୁଲ କୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ଠାରେ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବ ରେ ବିଭାଗୀୟ ସଚିବ ଡ. ମୋନା ଶର୍ମା ବିଭିନ୍ନ ଅନୁଷ୍ଠାନ ଗୁଡ଼ିକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଥିବା ବେଳେ ପୁରୀ ନିଳାଦ୍ରୀ ବେଳାଭୂମି ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଅବସର ରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ କରିଥିଲେ । ପୁରସ୍କାର ପାଇବା ପରେ ସାମ୍ୱାଦିକ ଜ୍ଞାନ ଓ ଚାରିଛକ ପ୍ରେସ କ୍ଲବ କୁ ସବୁ ମହଲ ରେ ପ୍ରଶଂସା କରା ଯାଇଛି ।


