ଚାରିଛକ ଫାଣ୍ଡି ହେଲା ଥାନା ୯ ରେ ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଚାରିଛକ ଠାରେ ୧୯୮୧ ମସିହାରେ ଏକ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା ।ଭୋଦର, କଳାପାଞ୍ଚଣ ,ତୁଳସୀପୁର ,ବାହାରଣା ତମ୍ପାଳୋ ,ଛଣିଜଙ୍ଗ ପ୍ରଭୁତି ଛଅଟି ପଞ୍ଚାୟତ ର ୮୯ ଟି ଗ୍ରାମକୁ ନେଇ ଫାଣ୍ଡି ଟି ଗଠିତ ହୋଇଥିଲା। ଚାରିଛକ ଏକ ବ୍ୟବସାୟିକ ପେଣ୍ଠସ୍ଥଳ। ଗମନାଗମନ ଦୃଷ୍ଟିରୁ ଚାରିଛକ ଠାରୁ କଟକ, ପୁରୀ, ଭୁବନେଶ୍ୱର ,କୋଣାର୍କ ,କାକଟପୁର ଅସ୍ତରଙ୍ଗ ,ରାଉରକେଲା, କଲିକତା ପାରାଦ୍ଵିପ ପ୍ରମୁଖ ସ୍ଥାନକୁ ଯାତ୍ରିବାହି ବସ ଯାତାୟାତ କରୁଛି।କୋଣାର୍କ ସୂର୍ଯ୍ୟମନ୍ଦିର ,ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ,ଅସ୍ତରଙ୍ଗ ଜାହାନିଆ ପିର, କାକଟପୁର ମା ମଙ୍ଗଳା ମନ୍ଦିର, ଚୌରାଶି ର ବରାହୀ ମନ୍ଦିର, ମାଧବ ର ମାଧବାନନ୍ଦ ମନ୍ଦିର ରହିଥିବାରୁ ଏହି ବଜାର ଦେଇ ବହୁ ପର୍ଯ୍ୟଟକ ବୁଲିବାକୁ ଯାଇଥାନ୍ତି ।ଏହି ବଜାରରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଶବ ବ୍ୟବଚ୍ଛେଦ କେନ୍ଦ୍ର , ମହିଳା ମହାବିଦ୍ୟାଳୟ ରହିଛି ।ଏହି କଲେଜକୁ ପ୍ରତିଦିନ ତିନି ହଜାରରୁ ଅଧିକ ଛାତ୍ରୀ ଅଧ୍ୟୟନ ଲାଗି ଆସିଥାନ୍ତି ।ପ୍ରାୟ ସାତ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଏହି ଫାଣ୍ଡିରେ ଗୋଟିଏ ଭଲ ଗାଡ଼ି ଖଣ୍ଡିଏ ନଥିଲା।ଫାଣ୍ଡିର ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ମାନଙ୍କୁ ନେଇ ଏହି ଅଞ୍ଚଳ ର ଅପରାଧ ନିୟନ୍ତ୍ରଣ କରିବା ପୋଲିସ ପାଇଁ କାଠିକର ପାଠ ହେଉଥିଲା। ଏହି ଫାଣ୍ଡିକୁ ଥାନା ର ମାନ୍ୟତା ଲାଗି ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜିବୀ, ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର ଦାବି ହେବା ପରେ ରାଜ୍ୟ ସରକାର ଙ୍କ ପକ୍ଷରୁ ତଦନ୍ତ କରାଯାଇ ଚାରିଛକ ଫାଣ୍ଡି କୁ ଗତ ୩.୭.୨୧ ତାରିଖ ରେ ଥାନା ର ମାନ୍ୟତା ଘୋଷଣା କରାଯାଇଥିଲା ।ଫାଣ୍ଡିକୁ ଥାନା ଘୋଷଣା କରାଯିବାପରେ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ସନାତନ ପାତ୍ର , କୃଷ୍ଣ ଚନ୍ଦ୍ର ରାଉତ, ଗୋପୀନାଥ କର ,ସମେତ ଚାରିଛକ ପ୍ରେସ କ୍ଲବ୍ ଓ ବିଭିନ୍ନ ରାଜନୈତିକ ଦଳ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ୯ତାରିଖ ଦିନ ନବଘୋଷଣା ହୋଇଥିବା ଚାରିଛକ ଥାନା କୁ ଭର୍ଚୁଆଲ ମୋଡ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏବେ ଥାନା ଟି ପୁର୍ବରୁ ଥିବା ଫାଣ୍ଡି ଗୃହ ରେ ଚାଲିବ ଓ ପରବର୍ତ୍ତୀ ସମୟରେ ଥାନା ପାଇଁ ଗୃହ, ହାଜତ ଗୃହ, ବ୍ୟାରେକ ଗୃହ ନିର୍ମାଣ ହେବ ବୋଲି କହିଛନ୍ତି ନିମାପଡ଼ା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ