ଚାରିଛକ ସ୍ଵାସ୍ଥ୍ୟକେନ୍ଦ୍ର ର ୱାର୍ଡ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୭୦ ଲକ୍ଷ ଟଙ୍କା ଅନୁଦାନରେ ଏକ ଅନ୍ତଃ ବିଭାଗ ୱାର୍ଡ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି ।ଉକ୍ତ କାର୍ଯ୍ୟକୁ ତଦାରଖ କରିବା ଲାଗି ଘଟଣା ସ୍ଥଳକୁ କୌଣସି ବିଭାଗୀୟ ଅଧିକାରୀ ଆସୁନଥିବାରୁ ଠିକାଦାର ମନୋମୁଖୀ ଭାବେ ନିମ୍ନମାନର କାର୍ଯ୍ୟ କରି ବିଲ ଉଠାଇ ନେବା ପାଇଁ ମସୁଧା ଚଳାଇଥିବା ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଅଭିଯୋଗ କରିଛନ୍ତି । ଗୃହ ର ନିଅଁ ଖୋଳାଯାଇ ମେଣ୍ଟାଲ ଦିଆଯିବା କଥା ।ମାତ୍ର ଠିକାଦାର ବାଲି ପକାଇ ପଙ୍କୁଆ ମାଟିରେ କାର୍ଯ୍ୟ କରୁଛନ୍ତି ।ମାଟି ଉପରେ ଠିକାଦାର ପିଲର ନିର୍ମାଣ କରୁଛନ୍ତି । ପିଲର ମୂଳରେ ବାଲି ପରିବର୍ତ୍ତେ ମାଟି ପୋତା ଯାଉଛି ।ଏହାଦ୍ବାରା ରାଜ୍ୟ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ଘଟୁଛି । ଏ ସଂପର୍କ ରେ ବିଭାଗୀୟ ଅଧିକାରୀ ମାନେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ମନା କରୁ ଛନ୍ତି ।ଗତ ଦଶ ବର୍ଷ ମଧ୍ୟରେ ଏହି ମେଡିକାଲ ରେ ଗୃହ ମରାମତି ଆଳରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ବେଳେ ଠିକାଦାର କାର୍ଯ୍ୟ ନିମ୍ନ ମାନର କରି ବିଲ କରି ନେଇ ଯାଉଥିବାରୁ କାର୍ଯ୍ୟ ସରିବାର ଅଳ୍ପ ଦିନ ପରେ ଛାତ୍ ରୁ ଖୋଳପା ଖସିବା ନଜର ରହିଛି । ଏବେ ନିର୍ମାଣ ହେଉଥିବା ଗୃହର ସ୍ଥାୟୀତ୍ବ ଉପରେ ସନ୍ଦେହ ପ୍ରକାଶ କରି ସମାଜ ସେବୀ ଟୁଲୁ ମଲ୍ଲିକ କୁହନ୍ତି କାର୍ଯ୍ୟ ନିମ୍ନ ମାନର ହେଉଛି । କୌଣସି ସମୟରେ ସେ ଗୃହ ଭୁଷୁଡି ପଡ଼ି ଧନ ଜୀବନ କ୍ଷୟକ୍ଷତି ଆଶଙ୍କାକୁ ଏଡାଇ ଦିଆ ଯାଇ ନପାରେ ।ଏ ସମ୍ପର୍କରେ ସେ ପୁରୀ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଗୃହ ନିର୍ମାଣ କାର୍ଯ୍ୟ ର ତଦନ୍ତ କରିବାକୁ ଦାବି କରିଛନ୍ତି ।ଯଦି ଏହି ଗୃହ ନିର୍ମାଣ କାର୍ଯ୍ୟ ର ତଦନ୍ତ କରା ନ ଯାଏ ତେବେ ଶ୍ରୀ ମଲ୍ଲିକ ବାଧ୍ୟହୋଇ ଲୋକାୟୁକ୍ତ ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଗୃହ ନିର୍ମାଣ କାର୍ଯ୍ୟ ର ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣ ରେ ଦାବି ହେଉଛି।


