ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠା ଦିବସ
ମାର୍କଣ୍ଡପୁର,(ୱାଇଏନଏସ): ବିରଜା ମନ୍ଦିର ବଉଳ ବୃକ୍ଷ ପବିତ୍ର ସ୍ଥାନରେ ଗୋପିନାଥ ଗଜପତି ଭୂୟାଁ ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠା ଦିବସ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ ଗୋପିନାଥ ଗଜପତି ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପାଦପଦ୍ମରେ ପୁଷ୍ପ, ଦୀପ, ନୈବେଦ୍ୟ ପ୍ରଦାନ ପୂର୍ବକ ଆଶିଷ ଭିକ୍ଷା କରିଥିଲେ । ତତ୍ପରେ ସଭାପତି ରବିନ୍ଦ୍ର କୁମାର ତ୍ରିପାଠିଙ୍କ ସଭାପତିତ୍ୱରେ ସଭାର ଆୟୋଜନ କରାଯାଇଥିଲା । ଏହି ଚାରିଟେବୁଲ୍ ଟ୍ରଷ୍ଟର ପ୍ରଥମ ପ୍ରତିଷ୍ଠା ଦିବସ ଓ ସେବାମୂଳକ କାର୍ଯ୍ୟର ବିଭିନ୍ନ ଦିଗ ଉପରେ ଟ୍ରଷ୍ଟର ଅଧ୍ୟକ୍ଷ ଗୋପିନାଥ ଗଜପତି ଭୂୟାଁ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ଅଧ୍ୟକ୍ଷ ଯୁବରାଜ ରଣା, ରାଜ୍ୟ ସଂଯୋଜକ ନିହାର ରଂଜନ ସ୍ୱାଇଁ, ଚିନ୍ମୟ କୁମାର ପଣ୍ଡା, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାଳିକ, ଉପ-ସଭାପତି ବିଦ୍ୟାଧର ଦଳାଇ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରବୋଧ କୁମାର ପରିଡ଼ା, ରାଜକିଶୋର ଜେନା, ମନୋଜ କୁମାର ଦାସ, ଦୁର୍ଗାମାଧବ ଦିକ୍ଷିତ, ଉତ୍ତମ କୁମାର ପାଲ, ତପନ କୁମାର ଦାସ, ଅଭୟ କୁମାର ସାହୁ, ଅଭୟ କୁମାର ନାୟକ, ସମିର ନାୟକ, ହିମାଂଶୁ ବେହେରା, ପ୍ରମୋଦ କୁମାର ଦାସ ଓ ବିଭିନ୍ନ ବ୍ଲକର କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଟ୍ରଷ୍ଟର ପରାମର୍ଶ ଦାତା ମିନେକେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।