ଚାରିଟେବୁଲ ଟ୍ରଷ୍ଟ ଓ କରଣ ସମାଜ ପକ୍ଷରୁ ଶୁଖିଲାଖାଦ୍ୟ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସହରର ବଡହାଟସ୍ଥିତ ବାଞ୍ଛାନିଧି ଦାସ , ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଓ ଜିଲ୍ଲା କରଣ ସମାଜର ମିଳିତ ଆନୁକୁଲ୍ୟରେ ପଟ୍ଟାମୁଣ୍ଡାଇସ୍ଥିତ ମାଟିଆ ଗ୍ରାମର ଗରୀବ ଲୋକମାନଙ୍କୁ ବୁଧବାର କରୋନା ସମ୍ପର୍କରେ ସଚେତନ କରାଯିବା ପରେ ଶୁଖିଲା ଖାଦ୍ୟ ଚୁଡା, ବିସ୍କୁଟ, ସାବୁନ, ମାସ୍କ ଓ ଫିନାଇଲ ପ୍ରଭୃତି ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କରଣ ସମାଜ ପକ୍ଷରୁ ଦେବେନ୍ଦ୍ର କୁମାର ଦାସ(ମଂଟୁ), ସମାଜର ପଟ୍ଟାମୁଣ୍ଡାଇ ସଭାପତି ଖତିନନ୍ଦନ ଦାସ, କୈଳାସ ଚନ୍ଦ୍ର ମହାନ୍ତି, ଲକ୍ଷ୍ମିପ୍ରୀୟା ମହାନ୍ତି, ଜ୍ୟୋସ୍ôନା ମହାନ୍ତି, ଶଲିଳେନ୍ଦୁ ନାରାୟଣ ମହାନ୍ତି, ଚିତ୍ତରଞ୍ଜନ ଦାସଙ୍କ ସହ ଟ୍ରଷ୍ଟର ସଂଯୋଜକ ତଥା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଶୁଖିଲା ଖାଦ୍ୟ ବଂଟନ ସହ କରୋନା ସମ୍ପର୍କରେ ସଚେତନ କରାଇଥିଲେ ।