ଚାରିତୀରା ଗ୍ରାମ୍ୟ ରାସ୍ତା କାର୍ଯ୍ୟ ନିମ୍ନମାନର, ଉଚ୍ଚ ଅଧିକାରୀଙ୍କ ଠାରେ ଅଭିଯୋଗ କଲେ ଗ୍ରାମବାସୀ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ଚାରିତୀରା ଗ୍ରାମ୍ୟ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ମାନେ ଉଚ୍ଚ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିବାର ଜଣାଯାଇଛି । ପ୍ରକାଶ ଯେ, ଉକ୍ତ ପଞ୍ଚାୟତ ୧୧ନଂ. ୱାର୍ଡ ଅଧିନ ଚାରିତୀରା ଗ୍ରାମର ପାଲ୍ ଘର ଠାରୁ ଗଣେଶ ନାୟକଙ୍କ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଜି.ଜି.ୱାଇ ଓ ତିତଲି ଯୋଜନାରେ ୪ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ଏହି ରାସ୍ତା କାର୍ଯ୍ୟ ନିର୍ମାଣ ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ହୋଇଥିଲା । ଆରମ୍ଭ ଠାରୁ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ମାନେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ କହିଥିଲେ । ମାତ୍ର ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଗ୍ରାମବାସୀଙ୍କ ଅଭିଯୋଗକୁ ଗ୍ରହଣ ନକରି ମନମୁଖୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଗ୍ରାମର ଏହି ମୁଖ୍ୟ ରାସ୍ତା ଉପରେ ୪୦୦ରୁ ୫୦୦ ଲୋକ ଯାତାୟତ କରିଥାନ୍ତି । ଜରୁରୀକାଳୀନ ସ୍ଥିତିରେ ଦମକଳ ଓ ଆମ୍ବୁଲାନ୍ସ ଗାଡି ଗାଁ ଭିତରକୁ ଯିବା ଆସିବା କରିଥାଏ । ସେହିପରି ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ବିଦ୍ୟାଳୟକୁ ଯାଆସ କରିଥାନ୍ତି । ମାତ୍ର ଏବେ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ତାହା ଖୁବ୍ ଶିଘ୍ର ନଷ୍ଟ ହୋଇଯିବା ନେଇ ଗ୍ରାମବାସୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏସଂପର୍କରେ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ରାସ୍ତା କାର୍ଯ୍ୟ ଠିକ୍ ଭାଗମାପରେ କରାଯାଉଛି । ଅପରପକ୍ଷେ ଉକ୍ତ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଏବଂ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଗ୍ରାମର ପିତାମ୍ବର ନାୟକ, ହରିହର ନାୟକ, ପ୍ରଭାତ ନାୟକ, ସୁବାଷ ସାମଲ, ରତିକାନ୍ତ ନାୟକ, ବିଦ୍ୟୁତପ୍ରଭା ସାମଲ, ସରସ୍ୱତୀ ନାୟକ, ନାରାୟଣ ସାମଲ, ଭାଗୀରଥି ମହାନ୍ତି, ନିରଂଜନ ବେହେରା, ରାଜଶ୍ରୀ ନାୟକ, ପଙ୍କଜିନୀ ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଭଦ୍ରଜ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓଙ୍କୁ ଲିଖିତ ଅବଗତ କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ