ଚାରିଦଫା ଦାବୀ ନେଇ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ପିଇଓ ସଂଘ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ, ଭୁବନେଶ୍ୱରରର ଆହ୍ୱାନ କ୍ରମେ ଚାରି ଦଫା ଦାବି ନେଇ ବେଲଗୁଣ୍ଠା ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥିଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ସେମାନଙ୍କ ଦାବୀ ମଧ୍ୟରେ ରହିଛି ପିଇଓ ମାନଙ୍କ ଶିକ୍ଷା ଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ଯୁକ୍ତ ତିନି କରିବା, ବେତନ ସ୍ତର ୫ ର ୨୧,୭୦୦ ଟଙ୍କାରୁ ବେତନ ସ୍ତର ୯ର ୩୫,୪୦୦ଟଙ୍କାକୁ ବୃ୍ଦ୍ଧି କରିବା, ଦଶ ବର୍ଷ ଚ଼ାକିରି ଅବଧି ପୂରଣ କରିଥିବା ପିଇଓଙ୍କ ପାଇଁ ସ୍ଵତନ୍ତ୍ର ପଦବୀ ସୃଷ୍ଟି କରି ସେମାନଙ୍କୁ ଉଚ୍ଚ ବେତନ ସ୍ତରରେ ଅବସ୍ଥାପିତ କରିବା ଏବଂ ଜିଡ଼ିପିଓ ପଦବୀକୁ ଶତପ୍ରତିଶତ ପଦୋନ୍ନତିର ବ୍ୟବସ୍ଥା କରିବା ଓ ଓପିଆରଏସ୍ କ୍ୟାଡର୍ ରେ ଅନ୍ତର୍ଭୁକ୍ତ କରିବା I ଏହି ଅବସରରେ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ବର୍ଷ ବର୍ଷ ଧରି ପଞ୍ଚାୟତ ସ୍ତରୀୟ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଏବଂ ସରକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରି ଆସୁଥିଲେ ମଧ୍ଯ ସରକାର ସେମାନଙ୍କ ମୌଳିକ ଦାବି ଗୁଡ଼ିକ ପ୍ରତି କର୍ଣ୍ଣପାତ କରୁ ନଥିବା ପ୍ରକାଶ କରିଥିଲେ ବେଲଗୁଣ୍ଠା ବ୍ଳକ୍ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ସଭାନେତ୍ରୀ ଲିଟି ନାୟକ I ଏଣୁ ସରକାର ସେମାନଙ୍କ ଦାବି ଗୁଡ଼ିକ ନମାନିଲେ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଆସନ୍ତା ଅଗଷ୍ଟ ସାତ ତାରିଖରୁ ସତର ତାରିଖ ପର୍ଯ୍ୟନ୍ତ କଳା ବ୍ଯାଜ୍ ପିନ୍ଧି କାର୍ଯ୍ୟ କରିବା ସହିତ ରାଜ୍ୟ ସଂଘର ନିଷ୍ପତି କ୍ରମେ ଅଗଷ୍ଟ ଅଠର ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ସଂଘ ସଭାନେତ୍ରୀ ଲିଟି ନାୟକ I ଆଜି ବେଲଗୁଣ୍ଠା ବ୍ଳକ୍ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ସଭାନେତ୍ରୀ ଲିଟି ନାୟକଙ୍କ ନେତୃତ୍ୱରେ ଉପସଭାପତି ସୂର୍ଯ୍ୟ ନାରାୟଣ ସାହୁ, ସମ୍ପାଦକ ବ୍ରଜବାସୀ ସେଠୀ, କୋଷାଧ୍ୟକ୍ଷ ଅରୁଣ ମଲ୍ଲିକ, ସୁବାଷ ଚନ୍ଦ୍ର ଦଳବେହେରା, ସୂର୍ଯ୍ୟକାନ୍ତ ଉପାଧ୍ୟାୟ,ସୁଜ୍ଞାନୀ ପାଢୀ, ସନ୍ତୋଷୀ ପାତ୍ର, ରଜନୀ ପ୍ରଧାନ ପ୍ରମୁଖ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ