ଚାରିନାଳିଆ ନିକଟରେ ଦୁର୍ଘଟଣା, ୪ଆହତ
ହାଟଡିହି, (ବିକାଶ ବିଶ୍ୱାଳ) :-ଆନନ୍ଦପୁର-ଭଦ୍ରକ ରାସ୍ତାର ଚାରିନାଳିଆ ଛକ ନିକଟରେ ଆଜି ରାତି ୭ଟା ୨୦ମିନିଟ ସମୟରେ ଦୁଇଟି ଦୁର୍ଘଟଣାରେ ୪ଜଣ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ସନ୍ଧ୍ୟା ୭ଟା ୧୫ମିନିଟ ସମୟରେ ଦୁଇଟି ବାଇକ ଦୁର୍ଘଟଣା ଘଟି ତିନିଜଣ ଆହତ ହୋଇଥିଲେ । ଗୋଟିଏ ଟାଭେରା ଗାଡିରେ ଆହତ ମାନଙ୍କୁ ଡାକ୍ତରଖାନା ନେବାପାଇଁ ଉଦ୍ୟମ କରାଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ଏକ ମାରୁତି ସୁଜୁକି କାର ଟାଭେରାକୁ ଧକ୍କା ଦେଇଥିଲା । ଏଥିରେ ଜଣେ ଆହତ ହୋଇଥିଲେ । ଆହତ ୪ଜଣଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।